ଧଉଳି: ବାଲିଅନ୍ତା ବ୍ଲକ ବେଣ୍ଟପୁରସ୍ଥିତ ଜଳସେଚନ ସେକ୍ସନ୍ ଅଧୀନରେ ଥିବା ନିମାପଡ଼ା ବ୍ରାଞ୍ଚ କେନାଲ୍ରେ ହଠାତ୍ ଘଳିଆ ପଡ଼ି ୩୦ ଫୁଟ୍ର ଘାଇ ହେବା ଫଳରେ ବ୍ୟାପକ ରୁଆ ଧାନ ଜଳମଗ୍ନ ହୋଇଛି। ବର୍ଷାପାଣି ସାଙ୍ଗକୁ କେନାଲ ପାଣି ନିଷ୍କାସନ ସମସ୍ୟା ଯୋଗୁଁ ଅଳ୍ପ ଦିନ ମଧ୍ୟରେ ରୁଆ ଯାଇଥିବା ଧାନଗଛ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି। ଘାଇମୁହଁ ପାଖ ଚକ ଜମିରୁ ଧାନ ଗଛ ଧୋଇଯାଇଛି। ଖବର ପାଇ ସବ୍-ଡିଭିଜନ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ କୁମାର ଓ ନିର୍ବାହୀ ଯନ୍ତ୍ରୀ ଶଶିଭୂଷଣ ପାତ୍ର (ନିମାପଡ଼ା)ଙ୍କ ସମେତ ଅନ୍ୟ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଯୋଗୀସାହିଠାରେ ଧନୁଆ ଧାରକୁ ଅତିରିକ୍ତ ପାଣି ନିଷ୍କାସନ କରିବା ସହ ଘାଇସ୍ଥାନରେ ବାଲିବସ୍ତା କରାଯାଇଥିଲା। ତହସିଲଦାର ଅକ୍ଷୟ ରାଉତ, ସରପଞ୍ଚ ମୁରଲୀଧର ସାହୁ ଓ ସମିତି ସଭ୍ୟ ତ୍ରୈଲୋକ୍ୟ ମଙ୍ଗରାଜ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ତଦାରଖ କରିଥିଲେ। କେନାଲରେ ପାଣି ଛଡ଼ା ଯାଇଥିବା ବେଳେ ଦୁଇଦିନରେ ଏଠାରେ ୧୫୯ ମିମି ବର୍ଷା ହେବାରୁ କେନାଲରେ ପାଣି ନିୟନ୍ତ୍ରଣ ହୋଇ ନପାରି ବନ୍ଧରେ ଘଳିଆ ପଡ଼ି ଏଭଳି ସମସ୍ୟା ଉପୁଜିଥିବା ବିଭାଗୀୟ ଅଧିକାରୀମାନେ କହିଛନ୍ତି।
ଧୋଇଯିବ ରୁଆ ଧାନ!
ନିମାପଡ଼ା ବ୍ରାଞ୍ଚ କେନାଲ୍ରେ ୩୦ଫୁଟ୍ର ଘାଇ
/sambad/media/post_attachments/wp-content/uploads/2018/08/balianta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)