ଭୁବନେଶ୍ବର: ନୀଳାଚଳ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ କଲେଜ (ନିମ୍ସ) ପକ୍ଷରୁ ବିଶ୍ବ ଫିଜିଓଥେରାପି ଦିବସ-୨୦୨୨ ଅବସରରେ ଫିଜିଓ ଫେଷ୍ଟ-୨୦୨୨ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସାଂସଦ ସୁଲତା ଦେଓ ଉଦ୍ଘାଟନ କରିଥିଲେ। ଉତ୍ସବରେ ଅତିଥି ଭାବେ ଗ୍ଲୋବାଲ ଫିଜିଓଥେରପି ସେଲ୍ର ଅଧ୍ୟକ୍ଷ ମୁକ୍ତିପ୍ରସାଦ ଦାସ, ଚାର୍ମ ୱେଲନେସ କ୍ଲିନିକ୍ର ଅଧ୍ୟକ୍ଷ ନଳିନୀକାନ୍ତ ମିଶ୍ର, ଫିଜିଓଥେରାପିଷ୍ଟ ରାକେଶ ରଞ୍ଜନ ନନ୍ଦ, ଅର୍ଥୋପେଡିକ୍ ଡାକ୍ତର ପ୍ରଫେସର୍ ଦୀପକ ମହାପାତ୍ର, ରାଜମାଳିନୀ ହେଲ୍ଥ୍ କେୟାରର ପରିଚାଳକ ସଂଗ୍ରାମ ମହାପାତ୍ର ପ୍ରମୁଖ ଯୋଗଦେଇ ଫିଜିଓଥେରାପି ଦିବସ ବାବଦରେ ଆଲୋକପାତ କରିଥିଲେ।
ନିମସ୍ କଲେଜର ଅଧ୍ୟକ୍ଷ ଦାମୋଦର ପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ନିମସ୍ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷ ଧନ୍ୟବାଦ ଦେଇଥିଲେ।