ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରୁ ଦିନକରେ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବଇଁଚୁଆ ପଞ୍ଚାୟତର ଗୋଟିଏ ପରିବାରର ୬ଜଣ ଗୃହ ସଂଗରୋଧରେ ଥିବା ବେଳେ ଆଜି ସେମାନେ ପଜିଟିଭ୍ ଚିହ୍ନଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ସେହିପରି ବେଣୁପୁର ପଞ୍ଚାୟତର ୨ଜଣ ଓ ପ୍ରତାପ ଶାସନ ପଞ୍ଚାୟତରୁ ଜଣେ ପଜିଟିଭ୍ ହୋଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଉକ୍ତ ପରିବାରରୁ ୬ଜଣ ତାଙ୍କର ଜଣେ ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ପ୍ରତାପଶାସନ ପଞ୍ଚାୟତ ସଂଗରୋଧ କେନ୍ଦ୍ରରୁ ଜଣେ ୪୩ ବର୍ଷୀୟ ଯୁବକ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର ଝିଣ୍ଟିଶାସନ ପଞ୍ଚାୟତରେ। ମହାରାଷ୍ଟ୍ର ଫେରନ୍ତା ଏହି ଯୁବକଜଣକ ଗତ ମାସ ୨୯ ତାରିଖରେ ପ୍ରତାପଶାସନ ଟିଏମସିରେ ଭର୍ତି ହୋଇଥିଲେ। ଚଳିତ ମାସ ୧ ତାରିଖରେ ତାଙ୍କର ସ୍ବାବ ସଂଗ୍ରହ କରାଯାଇଥିଲା। ହେଲେ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ତାଙ୍କର ଥଣ୍ଡା, କାଶ, ଜ୍ବର ଲାଗି ରହିବା ସହ ଶରୀରରେ ଭୀଷଣ ଯନ୍ତ୍ରଣା ଅନୁଭବ ହେବାରୁ ପୁନର୍ବାର ୬ ତାରିଖରେ ସ୍ବାବ ସଂଗ୍ରହ କରାଯାଇ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିଲା। ହେଲେ ଦ୍ବିତୀୟ ଥର ପରୀକ୍ଷାରୁ ସେ କରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇଥିବା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର କହିଛନ୍ତି। ସେହିପରି ବେଣୁପୁର ପଞ୍ଚାୟତର ୨ଜଣ ପ୍ରବାସୀ ଓଡ଼ିଆ କରୋନା ପଜିଟିଭ୍ ଚିହ୍ନଟ ହୋଛନ୍ତି। ଏବେ ପ୍ରତାପଶାସନ ଟିଏମ୍ସିରେ ଥିବା ୧୩ ଜଣ ପ୍ରବାସୀ ଓଡ଼ିଆଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡ଼ିଛି।
ବାଲିଅନ୍ତାରୁ ଦିନକରେ ୯ ଚିହ୍ନଟ
/sambad/media/post_attachments/wp-content/uploads/2020/06/covid-19-adee.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)