ବିପୁଳ ପରିମାଣର ପୋଚ ନଷ୍ଟ, ସାଲିଆସାହିରୁ ୯ ଚାଉଳି ବେପାରୀ ଗିରଫ

ଭୁବନେଶ୍ବର : ନୂଆପଲ୍ଲୀ ସାଲିଆ ସାହିରେ ଅବକାରୀ ବିଭାଗ ଓ ନୂଆପଲ୍ଲୀ ପୁଲିସ ଚଢ଼ଉ କରି ୭ହଜାର ୫ଶହରୁ ଅଧିକ ଲିଟରର ପୋଚ ନଷ୍ଟ କରିଥିବା ବେଳେ ୫୨୩ଲିଟର ଦେଶୀ ମଦ ଜବତ କରିଛି। ଏହା ସହ ଘଟଣାସ୍ଥଳରେ ଏକାଧିକ ଦେଶୀ ମଦଭାଟି ଭାଙ୍ଗିବା ସହିତ ମଦ ତିଆରି ପାଇଁ ଥିବା ସଂରଜାମକୁ ଜବତ କରିଛି। ନୂଆପଲ୍ଲୀ ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ମୋଟ ୯ଜଣ ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଉଛନ୍ତି, ସାଲିଆସାହି ଇଡ୍‌କୋ ପଡ଼ିଆ ବସ୍ତିର ଟିକାରାମ ମୁର୍ମୁ, ଶୁଭାଙ୍ଗୀମନି ମୁର୍ମୁ(୩୦), ସୀତା ମୁର୍ମୁ(୩୨), ସାବନ ସୋରେନ(୩୦), ଶଙ୍କର ମାଝୀ(୨୯), ରାଣୀ କିସ୍‌କୁ(୩୮), ସୁକାନ୍ତି ହେମ୍ରମ୍(୪୦) ଓ କାମ୍ପା ମୁର୍ମୁ(୩୨)। ଅବକାରୀ ବିଭାଗ ପକ୍ଷରୁ ବିକାଶ ନାୟକ, ସୁଜିତ ମୁଦୁଲି, ଅଂଶୁମାନ ଜେନା ଚଢ଼ଉ କରିଥିବା ବେଳେ ନୂଆପଲ୍ଲୀ ଥାନାଧିକାରୀ ଶରତ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ କେଶବ ଚନ୍ଦ୍ର ପୂର୍ତ୍ତି ସାଲିଆସାହିରେ ଚଢ଼ଉ କରିଥିଲେ।

ସମ୍ବନ୍ଧିତ ଖବର