ଭୁବନେଶ୍ୱର: ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରକାଶିତ ତାପସ କୁମାର ସାମନ୍ତରାୟଙ୍କ ରଚିତ ଗଳ୍ପ ସଙ୍କଳନ ‘ନିରବ ଝଡ଼’ ହୋଟେଲ୍ ନ୍ୟୁ ମାରିଅନରେ ଲୋକାର୍ପିତ ହୋଇଯାଇଛି। ସାହିତ୍ୟିକ ବାଉରୀବନ୍ଧୁ କର ଅତିଥି ଭାବେ ଯୋଗଦେଇ ଯୁବ ଲେଖକମାନେ ପୁରସ୍କାରଠୁ ଦୂରେଇ ରହି ଭଲ ଗଳ୍ପ ଲେଖାରେ ମନ ଦେବାକୁ କହିଥିଲେ। କଥାକାର ଗୌରହରି ଦାସ କହିଥିଲେ, ଗାଳ୍ପିକଙ୍କୁ ଗଳ୍ପ ଲିଖନର ଧାରା ଶିଖାଇବା କଷ୍ଟକର। ଗାଳ୍ପିକ ନିଜେ ନିଜର ଗଳ୍ପର ଧାରା ସୃଷ୍ଟି କରିବା ଉଚିତ୍ ବୋଲି ସେ କହିଥିଲେ। କଥାକାର ଅଜୟ ସ୍ୱାଇଁ କହିଥିଲେ, ନିରବ ଝଡ଼ ଗଳ୍ପରେ ମଣିଷର ବିକ୍ଷୁବ୍ଧ ଜୀବନର ଚିତ୍ର ପ୍ରତିପାଦିତ ହୋଇଛି। ପକ୍ଷୀଘର ପ୍ରକାଶନୀର ମୁଖ୍ୟ ବନୋଜ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସଭା ଆୟୋଜିତ ହୋଇଥିଲା। ପରେ ସୁସ୍ମିତା ଦାସ, ଚିତ୍ତରଂଜନ ଶତପଥୀ, ଅମ୍ରିତା ଅମୃତାୟନୀ ନନ୍ଦ ସଂଗୀତ ପରିବେଷଣ କରିଥିଲେ। ରାଜେନ୍ଦ୍ର ମହାପାତ୍ର, ଶ୍ୟାମସୁନ୍ଦର ପାଢ଼ୀ ଏବଂ ଅଜୟ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
‘ନିରବ ଝଡ଼’ ଉନ୍ମୋଚିତ
/sambad/media/post_attachments/wp-content/uploads/2018/08/m20-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)