ଭୁବନେଶ୍ବର: ରାଜ୍ୟର କିଛି ଜିଲ୍ଲାରେ ବଢୁଥିବା କଲେରା ସଂକ୍ରମଣଙ୍କୁ ନେଇ ନିଜର ମତ ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ ତାଙ୍କର ମତ ରଖି କହିଛନ୍ତି, ‘ବର୍ଷା ଦିନ ହେଲେ ଝାଡ଼ାବାନ୍ତି ବଢେ। ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡ଼ିକରେ ବିପଦ ଅଧିକ ଥାଏ । କାଶୀପୁର, କୋରାପୁଟ ଓ ନବରଙ୍ଗପୁର ଆଦି ଅଞ୍ଚଳରେ ଯେଉଁ ଝାଡ଼ାବାନ୍ତି ବ୍ୟାପିଛି ସେ ସବୁ ପଡୋଶୀ ଜିଲ୍ଲା । ତେଣୁ ଲୋକଙ୍କ ମଧ୍ୟରେ ଯିବା ଆସିବା ଲାଗି ରୁହେ । ନବରଙ୍ଗପୁର ଓ କୋରାପୁଟରେ ସ୍ଥିତି ନିୟନ୍ତ୍ରଣ ଭିତରେ ଅଛି । କାଶୀପୁରରେ ସଂଖ୍ୟା କମି ଆସିଲାଣି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ୭ - ୮କୁ ଆସିଗଲାଣି । ଯେଉଁଠି ଅଧିକ ହେଉଥିଲା ସେ ସବୁ ଅଞ୍ଚଳରେ ଏବେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ନାହିଁ । ବିଭିନ୍ନ ଅଞ୍ଚଳରୁ ଗୋଟିଏ ଗୋଟିଏ ମାମଲା ଚିହ୍ନଟ ହେଉଛି। ତେଣୁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଯେହେତୁ ଦୂଷିତ ଜଳରୁ ଝାଡ଼ାବାନ୍ତି ବ୍ୟାପୁଛି । ସେଥିପାଇଁ ପ୍ରଶାସନ ପକ୍ଷରୁ ଟ୍ୟାଙ୍କରରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଅଙ୍ଗନବାଡି ମାନଙ୍କରରେ ପାଣି ଗରମ କରି ଦିଆଯାଉଛି । ପାଣିରେ ପକାଇ ପିଇବା ପାଇଁ ସରକାରଙ୍କ ତରଫରୁ ଲୋକଙ୍କୁ ହାଲୋଜେନ ବଟିକା ଯୋଗାଇ ଦିଆଯାଇଛି । ଖାଇବା ପୂର୍ବରୁ ଏବଂ ଶୌଚ ପରେ ହାତ ଧୋଇବା ପାଇଁ ସାବୁନ ମଧ୍ୟ ଦିଆଯାଇଛି । ଏହାସହ ସଚେତନତା ବୃଦ୍ଧି କରିବା ପାଇଁ କାଶୀପୁର ଅଞ୍ଚଳରେ ୪ଟି ଗାଡି ବୁଲି ମାଇକ ମାଧ୍ୟମରେ ସଚେତନତା କରାଯାଉଛି । ଲୋକଙ୍କୁ ଲିଫଲେଟ ବଣ୍ଟାଯାଉଛି । ଆଶା ଓ ସ୍ବାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ସଚେତନ କରୁଛନ୍ତି।’
କାଶୀପୁର ଅଞ୍ଚଳରେ ୪ଟି ଗାଡି ବୁଲି ମାଇକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛି: ନିରଞ୍ଜନ ମିଶ୍ର
/sambad/media/post_attachments/wp-content/uploads/2022/08/69a62b57-18f7-4259-8b93-fbc7f29b5b62-720x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)