ଭୁବନେଶ୍ବର : ‘ଓଡ଼ିଶା ପ୍ରତିଭା ପୂଜା ସଂସଦ’ ପକ୍ଷରୁ ରାଜ୍ୟ ସୂଚନା ଓ ଲେକାସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦେଶକ ନିରଂଜନ ସେଠୀଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ମାନିତ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ନିର୍ଦେଶକଙ୍କ କାର୍ଯ୍ୟାଳୟରେ ନିର୍ଦେଶକ କୃପାସିନ୍ଧୁ ମିଶ୍ର, ସଂସଦର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଦାସ, କମଳାକାନ୍ତ ଦାଶ ପ୍ରମୁଖ ଶ୍ରୀ ସେଠୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଧିତ କରିଛନ୍ତି। ଗତ ୧୫ ତାରିଖରେ କଟକ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠାନର ୧୯ତମ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହରେ ବିଭିନ୍ନ ବର୍ଗର ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସେଠାରେ ଶ୍ରୀ ସେଠୀ ଅନୁପସ୍ଥିତ ଥିବାରୁ ତାଙ୍କୁ କାର୍ଯ୍ୟାଳୟ ପରିସରରେ ପୁରସ୍କୃତ କରାଯାଇଛି। ଜଗତସିଂହପୁର ଜିଲ୍ଲା ବାଲିକୁଦାସ୍ଥିତ ଡୋଭାଳ ଗ୍ରାମରେ ଜନ୍ମିତ ଶ୍ରୀ ସେଠୀ ୧୯୮୮ ମସିହାରୁ ଓଡ଼ିଶା ସୂଚନା ସେବାରେ ଯୋଗଦାନ କରି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ସେ ‘ସକାଳ, ମଧ୍ୟାହ୍ନ ଓ ଅପରାହ୍ଣ’ ଓ ‘ଶୂନ୍ୟମୋହ’ ଶୀର୍ଷକ ଦୁଇଟି କବିତା ସଂକଳନ ସହ ‘ମାଟିର ମାନଚିତ୍ର’ ଉପନ୍ୟାସ ରଚନା କରିଛନ୍ତି। ପୂର୍ବରୁ ସେ ବିଭିନ୍ନ ଅନୁଷ୍ଠାନ ଦ୍ବାରା ମଧ୍ୟ ସମ୍ମାନିତ ହୋଇଛନ୍ତି।
ନିରଂଜନ ସେଠୀଙ୍କୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ
/sambad/media/post_attachments/wp-content/uploads/2019/12/niranjan-sethy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)