ଭୁବନେଶ୍ୱର: ହୀରା ବ୍ୟବସାୟ ନିରବ ମୋଦୀ ଓ ମେହୁଲ ଚୋକ୍ସିଙ୍କ ଦ୍ୱାରା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ କରାଯାଇଥିବା ୧୪ ହଜାର କୋଟି ଟଙ୍କା ଠକେଇ ଲୋକଲୋଚନକୁ ଆସିବା ପରେ ଗହଣା ବଜାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସେହି ନାକରାତ୍ମକ ପ୍ରଭାବ ଧୀରେ ଧୀର ଦୂର ହେବାରେ ଲାଗିଛି। ନିରବ ମୋଦୀ ଠକେଇ ବଜାରକୁ ବେଶି ଦିନ ବଜାରକୁ ପ୍ରଭାବିତ କରିବ ନାହିଁ ବୋଲି ବିଶିଷ୍ଟ ରତ୍ନବିତ୍ ତଥା ଜୁଏଲାରି ଡିଜାଇନର୍ ଫରାହ୍ ଖାନ୍ ଅଲ୍ଲୀ କହିଛନ୍ତି। ସମ୍ବାଦ ଜୁଏଲାରି ଫୋରମ୍ ୨୦୧୮ରେ ଅତିଥି ଭାବେ ଯୋଗ ଦେଇ ସେ ରାଜ୍ୟର ବିଭିନ୍ନ ଗହଣା ବ୍ୟବସାୟୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ବେଳେ ଏହା କହିଛନ୍ତି। ନିରବ ମୋଦୀ ଠକେଇ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ, ଜଣଙ୍କ ପାଇଁ ସାରା ବଜାର କେବେ ବି ପ୍ରଭାବିତ ହୋଇପାରିବ ନାହିଁ। ପରିବାରର ଜଣେ ସଦସ୍ୟ ଯଦି ଖରାପ ହୁଏ ତେବେ ସେହି ପରିବାରଟି ଖରାପ ବୋଲି କୁହାଯାଇପାରିବ ନାହିଁ। ଯିଏ ଖରାପ ସେ ଏବେ ଆଉ ଗହଣା ବଜାରର ସଦସ୍ୟ ନାହାନ୍ତି। ତେଣୁ ଏହି ଠକେଇର ପ୍ରଭାବ ଆଉ ଅନୁଭୂତ ହେବ ନାହିଁ ବୋଲି ସେ କହିଛନ୍ତି। ନିରବ ମୋଦୀ ଠକେଇ ବିଷୟରେ ଜଣାପଡ଼ିବା ପରେ ଗହଣା ବଜାରରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥାକୁ ବ୍ୟାଙ୍କରୁ ପାଣ୍ଠି ମିଳିବାରେ ଅସୁବିଧା ହୋଇଥିଲା। ଆର୍ଥିକ ଅନୁଷ୍ଠାନଗୁଡ଼ିକ ଗହଣା ସଂସ୍ଥାକ ଋଣ ଦେବା ବେଳେ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି। ଉଭୟ ସାଧାରଣ ଜନତା ଓ ଆର୍ଥିକ ସଂସ୍ଥାଗୁଡ଼ିକର ବିଶ୍ୱାସ ଫେରାଇ ଆଣିବା ପାଇଁ ଆମକୁ ନିଷ୍ଠାର ସହିତ କାରବାର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଗହଣାରେ ଗୁଣାତ୍ମକ ମାନ ବଜାୟ ରଖିବା ଓ ଗ୍ରାହକଙ୍କୁ ବିଶେଷ ଗୁରୁତ୍ୱ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଜଣେ ବ୍ୟବସାୟୀ ହିସାବରେ ଗ୍ରାହକଙ୍କ ମନସ୍ତତ୍ୱକୁ ବୁଝିବା ଓ ସେମାନେ କ’ଣ ଚାହୁଁଛନ୍ତି ତାହା ଜାଣିବା ପାଇଁ ଉଦ୍ୟମ କରିବାକୁ ହେବ। ନିଜ ଆବଶ୍ୟକତା ବଳଦରେ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କାରବାର କଲେ ଅଧିକ ସଫଳତା ମିଳିପାରିବ ବୋଲି ସେ କହିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିବା ପ୍ୟାନେଲ୍ ଆଲୋଚନାରେ ଆଗାମୀ ଦଶନ୍ଧୀରେ ଗହଣା ବଜାରରେ କେଉଁ ନୂଆ ଟ୍ରେଣ୍ଡ୍ ଦେଖାଦେବ? ଲୋକମାନେ ମୂଲ୍ୟବାନ ଗହଣାଠାରୂ ଦୂରେଇ କଷ୍ଟ୍ୟୁମ୍ ଗହଣା ପ୍ରତି ଆକର୍ଷିତ ହେଉଛନ୍ତି କି?, ଇ-କମର୍ସ ଓ ଇଟାପଥରର ଷ୍ଟୋର୍ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା। ଏହା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/gold-jewellery-thinkstock-820.jpg)