‘ନିଶାମୁକ୍ତ ଭାରତ’ ପଥପ୍ରାନ୍ତ ନାଟକ

ଭୁବନେଶ୍ବର: ବନ୍ଦେ ମାତରମ୍ ପକ୍ଷରୁ ଆଜି ପୂର୍ବାହ୍ନରେ ମହାତ୍ମାଗାନ୍ଧୀ ମାର୍ଗରେ ସଚେତନତାଧର୍ମୀ ପଥପ୍ରାନ୍ତ ନାଟକ ‘ନିଶାମୁକ୍ତ ଭାରତ’ ଅନୁଷ୍ଠିତ ହୋଇଯାଇଛି। ବିଶ୍ବ ତମାଖୁ ବର୍ଜନ ଦିବସ-୨୦୨୩ ଉପଲକ୍ଷେ ଦେଶକୁ ନିଶାରୁ ମୁକ୍ତ କରିବା ପାଇଁ ସମସ୍ତ‌େ ପ୍ରୟାସ କରିବାକୁ ନାଟକ ମାଧ୍ୟମରେ ଆହ୍ବାନ ଦିଆଯାଇଥିଲା।

ସଂଗଠନର କଳାକାରମ‌ାନେ ବିଭିନ୍ନ କୌତୁକ ବେଶ ହୋଇ ପଥଚାରୀମାନଙ୍କୁ ଅଭିନୟ ମାଧ୍ୟମରେ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ଅପରାହ୍ନରେ ପୁରୁଣା ଷ୍ଟେସନବଜାରସ୍ଥିତ ମୋଚି ସାହିରେ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ‌ରେ ସିପ୍ରା ଚକ୍ରବର୍ତ୍ତୀ, ବନ୍ଦେମ‌ାତରମ୍, କିରନ କୁମାର, ସଚ୍ଚିତ୍ର, ପୂର୍ଣ୍ଣଚନ୍ଦ୍ର ଏବଂ ଜି. ମହିନ୍ଦ୍ର ରାଓ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର