ମିସେସ୍‌ ଭୁବନେଶ୍ବର ହେଲେ ଓଡ଼ିଆ ‌ବୋହୂ ନିତୁ

ଭୁବନେଶ୍ବର: ଓଡ଼ିଆ ବୋହୂ ନିତୁ ଅଗ୍ରୱାଲ ଏ. ଆର୍‌ ମିସେସ୍‌ ଇଣ୍ଡିଆ ପିଜାଣ୍ଟ୍‌ର ଗ୍ରାଣ୍ଡ୍‌ ଫିନାଲେରେ ଯୋଗ ଦେଇ ମିସେସ୍‌ ଭୁବନେଶ୍ବର ଟାଇଟଲ୍‌ ଜିତିଛନ୍ତି। ଗତ ୧୫ ତାରିଖରେ ମୁମ୍ବାଇଠାରେ ଦେଶର ୨୦ଟି ରାଜ୍ୟର ୬୦ ପ୍ରତିଯୋଗୀଙ୍କୁ ନେଇ ମିସେସ୍‌ ଇଣ୍ଡିଆ ପିଜାଣ୍ଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତଙ୍କୁ ପଛରେ ପକାଇ ନିତୁ ଫାଇନାଲ୍‌ ରାଉଣ୍ଡରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ଏବଂ ମିସେସ୍‌ ଭୁବନେଶ୍ବରର ଟାଇଟଲ୍‌ ଜିତିଥିଲେ। ନୀତୁ ଲୁଧିଆନାରେ ଜନ୍ମଗ୍ରହଣ କରିଥିବା ବେଳେ ଭୁବନେଶ୍ବରର ରାମବତାର ଅଗ୍ରୱାଲଙ୍କୁ ବିବାହ କରି ଓଡ଼ିଶାରେ ରହୁଛନ୍ତି। ତାଙ୍କର ୧୨ ବର୍ଷୀୟ ପୁତ୍ରସନ୍ତାନ ଆୟାନ ଅଗ୍ରୱାଲ୍‌ ଅଛନ୍ତି। ନୀତୁ କେବେ ସୁନ୍ଦରୀ ପ୍ରତିଯୋଗିତାରେ ଟାଇଟଲ୍‌ ଜିତିବେ ତାଙ୍କ କଳ୍ପନା ବାହାରେ ଥିଲା। ଅତି ଲାଜକୁଳି କିନ୍ତୁ ପ୍ରତିଭାବାନ୍‌ ନୀତୁ ଏହି ଟାଇଟଲ୍‌ ଜିତି ବେଶ୍‌ ଖୁସି ଥିବା ବେଳେ ମହିଳାମାନଙ୍କୁ ନିଜ ସ୍ବପ୍ନ ଦିଗରେ ଅଗ୍ରସର ହେବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର