ଏସ୍‌ପ୍ଲାନେଡ୍‌ର ଉପହାର ପ୍ରଦାନ : ନୀତୁ ଦିଦ୍‌ୱାନୀଙ୍କୁ ମାରୁତି କାର୍‌

ଭୁବନେଶ୍ବର : ଦୁର୍ଗା ପୂଜା ଓ ଦୀପାବଳି ଅବସରରେ ‘ଏସ୍‌ପ୍ଲା‌ନେଡ୍‌ ମଲ’ ପକ୍ଷରୁ ଗ୍ରାହକମାନଙ୍କୁ ଉପହାର ପ୍ରଦାନ କରାଯାଇଛି। ୪୨ ଦିନରେ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୧ ଉପହାର ପ୍ରଦାନ କରାଯାଇଥିବା ମଲ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଭାଗ୍ୟଶାଳୀ ବିଜେତାଙ୍କ ମଧ୍ୟରେ ପ୍ରଥମ ପୁରସ୍କାର ଭାବରେ ନୀତୁ ଦିଦ୍‌ୱାନୀ ମାରୁତି ସୁଜୁକି ଡିଜାୟାର ଜିତିଥିବା ବେଳେ ସିମ୍ଫୋନୀ ରାଉତ ଦ୍ବିତୀୟ ପୁରସ୍କାର ଭାବେ ଆକ୍ଟିଭା ହୋଣ୍ଡା ଓ ତୃତୀୟ ପୁରସ୍କାର ଭାବରେ ଗୋବର୍ଦ୍ଧନ ହୋଣ୍ଡା ନାଭି ଜିତିଛନ୍ତି। ଏହି ସବୁ ବିଜେତାଙ୍କୁ ବରିଷ୍ଠ ମାର୍କେଟିଂ ମ୍ୟାନେଜର୍‌ ସାଗର ତନ୍ନା ଓ ମାର୍କେଟିଂ ମ୍ୟାନେଜର୍‌ ଶ୍ୟାମ ଝା’ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏସ୍‌ପ୍ଲାନେଡ୍‌ରେ ଏବେ ୮୪ ପ୍ରକାରର ଆନ୍ତର୍ଜାତୀୟ ଓ ଜାତୀୟ ବ୍ରାଣ୍ଡ ଉପଲବ୍ଧ ଥିବା ମଲ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର