ପ୍ରଫେସର ନିତ୍ୟାନନ୍ଦ ସାହୁଙ୍କ ପୁସ୍ତକ ଲୋକାର୍ପଣ

ଭୁବନେଶ୍ୱର: ସ୍ଥାନୀୟ ରାଜ୍ୟ ଅଭିଲେଖାଗାରଠାରେ ଆଜି ପ୍ରଫେସର ନିତ୍ୟାନନ୍ଦ ସାହୁଙ୍କ ରଚିତ ତିନୋଟି ପୁସ୍ତକ ‘ଅନନ୍ୟ ବସୁଧା’, ‘ପାଦ ତଳେ ଭୂଇଁ’ ଓ ‘ନିଃଶବ୍ଦ ଝଙ୍କାର’ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ଡ.ରବୀନ୍ଦ୍ର କୁମାର ପ୍ରହରାଜ, ପ୍ରଫେସର ରାଜକିଶୋର ମିଶ୍ର, ବୈଷ୍ଣବ ଚରଣ ମହାନ୍ତି ଓ ପ୍ରାଧ୍ୟାପକ ରମେଶ ଦାସ ଯୋଗ ଦେଇ ପୁସ୍ତକ ବିଷୟରେ ଆଲୋଚନା କରିଥିଲେ। ଲେଖକ ଶ୍ରୀ ସାହୁ ପୁସ୍ତକଗୁଡ଼ିକର ସୃଷ୍ଟି ମୂଳରେ ଥିବା ପ୍ରେରଣା ଓ ଇତିହାସ ଉପରେ ଆଲୋକପାତ କରିଥିଲେ। ସଭାର ଅଧ୍ୟକ୍ଷତା କରିଥିଲେ ଅଧ୍ୟାପକ ବିଶ୍ୱରଞ୍ଜନ। ପ୍ରଫେସର ରମେଶ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଦିବ୍ୟମୁଦ୍ରଣୀ ସାରସ୍ୱତ ମୁକ୍ତ ଚିନ୍ତନ ମଞ୍ଚର ସମ୍ପାଦକ ବଭୁ ପ୍ରସୂନ ଦାସ।

ସମ୍ବନ୍ଧିତ ଖବର