ଭୁବନେଶ୍ୱର : ସାହିତ୍ୟିକ, ସମାଲୋଚକ ତଥା ଶିକ୍ଷାବିତ୍ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ଜୟନ୍ତୀ ଉତ୍ସବ ରୋଟାରି ଭବନ ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଉନ୍ନତ ସମାଜ ଗଠନ ପାଇଁ ପ୍ରଫେସର ଶତପଥୀଙ୍କ ଭଳି ଭଳି ବରିଷ୍ଠ ନାଗରିକଙ୍କ ମାଗଦର୍ଶନ ଆମ ପାଇଁ ଜରୁରୀ। ବରେଣ୍ୟ ଅତିଥି ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର, ପୂର୍ବତନ ସାଂସଦ ବୈଷ୍ଣବ ଚରଣ ପରିଡ଼ା, ପ୍ରଫେସର ଶତପଥୀଙ୍କ ଭାଇ ଦାମୋଦର ଶତପଥୀ ପ୍ରମୁଖ ପ୍ରଫେସର ଶତପଥୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ପ୍ରଫେସର ଶତପଥୀଙ୍କ ରଚିତ ପୁସ୍ତକ ଲୋକାର୍ପଣ କରାଯାଇଥିଲା। ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ବସନ୍ତ କୁମାର ପଣ୍ଡା ସଭା ସଂଯୋଜନା କରିଥିଲେ। ଉତ୍ସବରେ ବହୁ ସାରସ୍ୱତ ସାଧକ, ଶିକ୍ଷାବିତ୍, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
ନିତ୍ୟାନନ୍ଦ ଶତପଥୀଙ୍କ ଜୟନ୍ତୀ ଉତ୍ସବ : ବରିଷ୍ଠ ନାଗରିକଙ୍କ ମାର୍ଗଦର୍ଶନ ଜରୁରୀ
/sambad/media/post_attachments/wp-content/uploads/2017/10/nityananda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)