ପୁରୁଣା ଭୁବନେଶ୍ୱର: ‘ଆମ ଓଡ଼ିଶା’ ଆନୁକୂଲ୍ୟରେ ଭୀମଟାଙ୍ଗି ଏନ୍ଏମ୍ ପ୍ଲେ ସ୍କୁଲ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନୟନ ମେମୋରିଆଲ ଏଜୁକେସନାଲ ଚାରିଟେବଲ ଟ୍ରଷ୍ଟ୍ର ଏହି ଶିବିରରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଲୋପାମୁଦ୍ରା ପ୍ରହରାଜ, ସଂଘମିତ୍ରା ପ୍ରହରାଜ, ଶ୍ରଦ୍ଧାଞ୍ଜଳି ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ରଥ, ମାନସୀ କୁମାରି ଶାହି, ନମିତା ପାତ୍ର, ସଂଘମିତ୍ରା ମହାପାତ୍ର, ମୀନାକ୍ଷୀ ଡାକୁଆ, ମାନସ କୁମାର ମହାରଣା, ବଳରାମ ପରିଡ଼ା, ଶୁଭେନ୍ଦୁ କୁମାର ପଣ୍ଡା, ଅମିତ ବିକ୍ରମ ମହାନ୍ତି, ପ୍ରତାପ ଶୁକ୍ଲା, ଦିଲୀପ କୁମାର ପ୍ରଧାନ, କୈଳାସ ଚନ୍ଦ୍ର ପରିଡ଼ା, ଆଶୁତୋଷ ନନ୍ଦ, ପଦ୍ମାଳୟା ମିଶ୍ର, ରାଧାକାନ୍ତ ସାହୁ, ନାରାୟଣ ଦାଶ, ଅଭୟ କୁମାର ମହାନ୍ତି, ଚିନ୍ମୟ କୁମାର ମହାନ୍ତି, ସୁସ୍ମିତା ମହାନ୍ତି, ଚିତ୍ତରଞ୍ଜନ ପାଢ଼ୀ, ଦେବଦାସ ସୁନ୍ଦରାୟ, ଜଗନ୍ନାଥ ବେହେରା, ସୁନିଲ କୁମାର ବାରିକ, ବିମଳ ମଣ୍ଡଳ ଓ ସ୍ୱପ୍ନେଶ୍ୱର ରଥ ପ୍ରମୁଖ ରକ୍ତଦାନ କରିଥିଲେ। ଏହି ଶିବିରକୁ ସମାଜସେବୀ ପ୍ରସନ୍ନ ମହାସୁଆର, ସ୍କୁଲର ଅଧ୍ୟକ୍ଷା ସଂଘମିତ୍ରା ପ୍ରହରାଜ, ଲୋପାମୁଦ୍ରା ପ୍ରହରାଜ, ଶ୍ରଦ୍ଧାଞ୍ଜଳି ଆଚାର୍ଯ୍ୟ, ପ୍ରଶାନ୍ତ ରଥ, ସନ୍ଧ୍ୟାରାଣୀ ସ, ନମିତା ପାତ୍ର, ସୁଷମା ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ସାମ୍ବାଦିକ ଲିଙ୍ଗରାଜ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଏନ୍ଏମ୍ ପ୍ଲେ ସ୍କୁଲରେ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2018/08/lingaraj-blood-donation.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)