ଭୁବନେଶ୍ବର : କ୍ୟାପିଟାଲ୍ ହସ୍ପିଟାଲ୍କୁ ପିଜିଆଇ ମାନ୍ୟତା ଦେବା ପାଇଁ ଗୁରୁବାର ଦିନ ନ୍ୟାସନାଲ୍ ମେଡିକାଲ କମିସନ(ଏନ୍ଏମ୍ସି)ର ଅଧିକାରୀମାନେ ପର୍ଯ୍ୟବେକ୍ଷଣ କରିଥିଲେ। ଆଜି ଏନ୍ଏମ୍ସି ପକ୍ଷରୁ ଜଣେ ଅଧିକାରୀ କ୍ୟାପିଟାଲ୍ ହସ୍ପିଟାଲ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗ ପର୍ଯ୍ୟବେକ୍ଷଣ କରି ଫେରିଛନ୍ତି। ସେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ଖୁବ୍ ଶୀଘ୍ର ଅନ୍ୟ ବିଭାଗକୁ ମଧ୍ୟ ଏନ୍ଏମ୍ସି ଅଧିକାରୀମାନେ ପର୍ଯ୍ୟବେକ୍ଷଣ ପାଇଁ ଆସିବେ ବୋଲି ଜଣାପଡ଼ିଛି।
ଏନ୍ଏମ୍ସି ଅଧିକାରୀଙ୍କ ପର୍ଯ୍ୟବେକ୍ଷଣ ବିଳମ୍ବ ହେବା ଆଶଙ୍କା ଥିବାରୁ ଚଳିତ ବର୍ଷ ପିଜିଆଇ ନାମ ଲେଖାକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। କିନ୍ତୁ ଆଜି ଗୋଟିଏ ବିଭାଗର ପର୍ଯ୍ୟବେକ୍ଷଣ ପାଇଁ ଏନ୍ଏମ୍ସି ଅଧିକାରୀ ଆସିବା ପରେ ନାମ ଲେଖା ଆଶା ଉଜ୍ଜୀବିତ ହୋଇଛି। ଶିକ୍ଷାବର୍ଷ ପୂର୍ବରୁ ଏନ୍ଏମ୍ସି ଯେତୋଟି ବିଭାଗର ପର୍ଯ୍ୟବେକ୍ଷଣ ସାରିଥିବ, ସେତିକି ବିଭାଗକୁ ନାମଲେଖା ପାଇଁ ଅନୁମତି ମିଳିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।