ଭୁବନେଶ୍ୱର: ଅନ୍ଲାଇନରେ ମଦ ବିକିବାରେ ଅନେକ ସମସ୍ୟା ଥିବାରୁ ଭୁବନେଶ୍ୱରର ଦୋକାନୀ ମଦ ନବିକିବା ପାଇଁ ଯୋଜନା କରିଥିବା ଜଣା ପଡ଼ିଛି। ଏ ନେଇ ଆଜି ୧୫ରୁ ଊର୍ଧ୍ୱ ବ୍ୟବସାୟୀ ଏକାଠି ହୋଇ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ଆସନ୍ତାକାଲି ସେମାନେ ପୁଲିସ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।
ସେମାନଙ୍କ କହିବା କଥା, ମଦ ବିକିବା ପାଇଁ ଦୋକାନ ଖୋଲିବାକୁ ପଡ଼ିବ। କିନ୍ତୁ ସରକାର କହିଛନ୍ତି ଦୋକାନ ଖୋଲିବନି। ଅନ୍ଲାଇନ୍ ଡେଲିଭରି ଦେବା ପାଇଁ ଆମ ଡେଲିଭରି ବଏ ଯିବା ବେଳେ କେହି ଆକ୍ରମଣ କରି ମଦ ନେଇଗଲେ କିଏ କ୍ଷତି ସହିବ ? ନିର୍ଦିଷ୍ଟ ପରିମାଣର ମଦ ବିକ୍ରି କରିବା ପାଇଁ ସରକାର ଏମ ଜି କ୍ୟୁ ଫିକ୍ସ କରିଛନ୍ତି। ଏହି ଏମଜିକ୍ୟୁ ବିକ୍ରି ନହେଲେ ଆମେ ସରକାରଙ୍କ ଖାତାରେ ରାଜସ୍ୱ ଭରିବୁ। ଏହି କ୍ଷତିପୂରଣ ସରକାର ଦେବେ କି? ଏସବୁ ଉପରେ ଆଲୋଚନା କରିବା ପରେ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/alcohol-shop-1.jpg)