ଭୁବନେଶ୍ୱର : ଆସନ୍ତାକାଲ(ଶନିବାର) ଗଣେଶ ପୂଜା। ସାହି ଗଳିକନ୍ଦିରେ ଗଣେଶ ମୂର୍ତ୍ତି ବସାଇ ପୂଜା କରିବାକୁ ମନ କରିଥିବା ଯୁବଗୋଷ୍ଠୀ ଓ ଶିଶୁ ଏଥର ହତାଶ। ପୁଲିସ ଓ ଜିଲ୍ଲା ପ୍ରଶାସନର ତାଗିଦ, ପୂଜା କଲେ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି କଟକଣାକୁ କଡ଼ାକଡ଼ି କରିବା ପାଇଁ ଆଜି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସମସ୍ତ ଥାନାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତ୍ୟେକ ଥାନା ତରଫରୁ ପିସିଆର ଭ୍ୟାନ୍ ଗଳି କନ୍ଦି ବୁଲିବା ସହ କୌଣସି ପରିସ୍ଥିତିରେ ବାହାରେ ଗଣେଶ ପୂଜା ହେବା ପାଇଁ ଦେବ ନାହିଁ। ସାପ୍ତାହିକ ସଟ୍ଡାଉନ୍ ମଧ୍ୟ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିନା କାରଣରେ କେହି ବାହାରେ ବୁଲିଲେ କିମ୍ବା ଏକତ୍ର ହେବା ଦେଖାଗଲେ ମୋଟା ଅଙ୍କର ଫାଇନ୍ ଆଦାୟ କରିବା ସହ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପୂଜା କମିଟି ବା ଅନ୍ୟ କୌଣସି ସଂଘକୁ ପୂଜା କରିବା ପାଇଁ ସ୍ବୀକୃତି ଦିଆଯାଇନାହିଁ। ପୂଜା ହେଉଥିବା ଦେଖାଗଲେ ସମସ୍ତ ସାମଗ୍ରୀ ଜବତ କରିବା ପାଇଁ କୁହାଯାଇଛି। ଏଣୁ କେହି ବାହାରେ ପୂଜା ନ କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଅନୁରୋଧ କରାଯିବା ସହ ସଟ୍ଡାଉନ୍ ନିୟମ ମଧ୍ୟ ମାନିବା ପାଇଁ କୁହାଯାଇଛି।
ବାହାରେ ଗଣେଶ ପୂଜା କଲେ କାର୍ଯ୍ୟାନୁଷ୍ଠାନ
/sambad/media/post_attachments/wp-content/uploads/2019/08/ganesh.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)