ଭୁବନେଶ୍ୱର: ମା’ ତୁମେ ମମତାର ସୀମାହୀନ ସାଗର.. ମୋ କୋଳ ତୋ ଝୁଲଣା.. ଆ’ ଜହ୍ନମାମୁ ଶରଦ ଶଶୀ.. ପରି ମା’ର ବାତ୍ସଲ୍ୟ ମମତାରେ ପରିପୂର୍ଣ୍ଣ ସଙ୍ଗୀତ ଗୁଞ୍ଜରିତ ହେଉଥିଲା ପ୍ରେକ୍ଷାଳୟରେ। ମା’ଙ୍କ ଉପରେ ପୁଷ୍ପ ବୃଷ୍ଟି ସହ ହୁଳହୁଳିର ଅନନ୍ୟ ନିନାଦରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ। ମଞ୍ଚରେ ଅତିଥି ଭାବେ ମନ୍ତ୍ରୀ, ଯନ୍ତ୍ରୀ କିମ୍ବା କୌଣସି ବିଶିଷ୍ଟ ବ୍ୟକ୍ତି ନୁହେଁ, ବସିଥିଲେ ସମଗ୍ର ବୋଉ ସମାଜର ପ୍ରତିନିଧିତ୍ୱସ୍ୱରୂପ ଦଶ ଜଣ ବୋଉ। ମନ୍ତ୍ରୀ ଯଦିଓ ମୁଖ୍ୟ ଅତିଥି ଥିଲେ, କିନ୍ତୁ ମଞ୍ଚ ତଳେ ବସି ବୋଉମାନଙ୍କ ସ୍ନେହବୋଳା କଥା ଶୁଣିବାକୁ ପସନ୍ଦ କରିଥିଲେ।
ମାତୃପୂଜନର ଏଭଳି ଅନନ୍ୟ ଆସର ସୃଷ୍ଟି ହୋଇଥିଲା ‘ବୋଉ ଫାଉଣ୍ଡେସନ’ ପକ୍ଷରୁ ଇଡକଲ ଅଡିଟୋରିୟରେ ଆୟୋଜିତ ବୋଉ ଦିବସ ସନ୍ଧ୍ୟାରେ। ଡହ ଡହ ଖରାରେ ବୋଉ ହେଉଛି ଶୀତଳ ପବନ, ହାଡ଼ଭଙ୍ଗା ଶୀତରେ ବୋଉ ହେଉଛି ଉଷୁମ କମ୍ବଳ । ଏମିତି ବୋଉକୁ ନେଇ ନିଜର ଅନୁଭବ ବଖାଣିଥିଲେ ପିଲାମାନେ। ଦୁନିଆରେ ବୋଉର ବିକଳ୍ପ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଆଜିର ସମାଜରେ ବୋଉ,ବାପାଙ୍କୁ ହତାଦର କରୁଥିବା ମଣିଷମାନଙ୍କ ଆଇନନୁଯାୟୀ ଦଣ୍ଡିତ କରାଯିବା ଆବଶ୍ୟକ ବୋଲି ଦାବି ମଧ୍ୟ କରିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଲେଖିକା ପ୍ରତିଭା ମହାରଥୀ, ସୁଷମା ମିଶ୍ର, କଣ୍ଠଶିଳ୍ପୀ ଆଦ୍ୟାଶା ଦାଶ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ଅଭିନେତା କୁନା ତ୍ରିପାଠୀ, ଆଇନଜୀବୀ ମଧୁମାଧବ ଜେନା, ରୀନା ରାଉତରାୟ, ବିଭୁ ତ୍ରିପାଠୀ, ସଚ୍ଚି ମହାନ୍ତି, ବିଶିଷ୍ଟ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ ପ୍ରମୁଖ ବୋଉକୁ ନେଇ ନିଜର ଅଭିବ୍ୟକ୍ତି ବାଢ଼ିଥିଲେ। ‘ବୋଉ ଫାଉଣ୍ଡେସନ’କୁ ସାଧୁବାଦ ଜଣାଇଥିଲେ। ଫାଉଣ୍ଡେସନର ମୁଖ୍ୟ ଅତିସ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା ସହ ବୋଉ ଦିବସର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସସ୍ମିତା ଦାଶ ସ୍ୱାଗତ ଭାଷଣ ରଖିଥିଲେ। ଅନୁଷ୍ଠାନର ଦିଗ୍ଦର୍ଶକ ଅଧ୍ୟାପକ ବିଶ୍ୱରଂଜନ, ଗାୟିକା ଛନ୍ଦା ମିଶ୍ର ବୋଉକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା କରିଥିଲେ। ଶେଷରେ ଗୀତରେ ଗୀତରେ ବୋଉ କାର୍ଯ୍ୟକ୍ରମ ହୋଇଥିଲା।
ଦୁନିଆରେ ବୋଉର ବିକଳ୍ପ ନାହିଁ
ବୋଉ ଫାଉଣ୍ଡେସନ ପକ୍ଷରୁ ବୋଉ ଦିବସ
/sambad/media/post_attachments/wp-content/uploads/2018/01/m20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)