ଚନ୍ଦ୍ରଶେଖରପୁର : ଲଘୁଚାପ ବର୍ଷା ଆଜି ରାଜଧାନୀରେ ଚାଲିଥିବା ଦୁଇ ଦୁଇଟି ପୁସ୍ତକ ମେଳାକୁ ପ୍ରଭାବିତ କରିଛି। ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଭୁବନେଶ୍ୱର ପୁସ୍ତକ ମେଳା ଓ ଜନତା ମଇଦାନରେ ଚାଲିଥିବା ଏକାମ୍ର ପୁସ୍ତକ ମହୋତ୍ସବର ପରିବେଶ ଆଜି ଖାଁ ଖାଁ ଲାଗୁଥିଲା। କୋହଲା ପାଗ ଓ ବର୍ଷା କାରଣରୁ ଦୁଇ ପୁସ୍ତକ ମେଳାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶେଷ ଉତ୍ସାହ ଥିବା ପରି ଲାଗୁ ନଥିଲା। ସେହିପରି ପୁସ୍ତକ ବିକ୍ରି ମଧ୍ୟ ଏକଦମ୍ ମାନ୍ଦା ଥିବା ମେଳାରେ ଅଂଶଗ୍ରହଣ କରିଥିବା ପ୍ରକାଶକମାନେ ସୂଚନା ଦେଇଛନ୍ତି। ସକାଳ ସକାଳୁ ଲାଗି ରହିଥିବା କୋହଲା ପାଗ କାରଣରୁ ରାଜଧାନୀବାସୀ ପୁସ୍ତକ ମେଳା ଅପେକ୍ଷା ଘରେ ରହିବାକୁ ଅଧିକ ପସନ୍ଦ କରିଥିବା ଆଜିର ପୁସ୍ତକ ମେଳା ପରିବେଶରୁ ସ୍ପଷ୍ଟ ଲକ୍ଷ୍ୟ କରାଯାଇଥିଲା। ଅନ୍ୟ ସନ୍ଧ୍ୟାରେ ମେଳା ପରିସର ଭିଡ଼ ଲାଗିଥାଏ। ଛାତ୍ରଛାତ୍ରୀ ଓ ପାଠକମାନଙ୍କର ଭିଡ଼ ଲାଗିରୁହେ। ମାତ୍ର ଏପରି ବର୍ଷାଭିଜା ପରିବେଶ ସେଥିରେ ଭଟ୍ଟା ପକାଇଥିବା ଆୟୋଜନ କମିଟି ପକ୍ଷରୁ ସୂଚନା ମିଳିଛି।
ଲଘୁଚାପ ବର୍ଷା ପ୍ରଭାବ: ପୁସ୍ତକମେଳା ଖାଁ ଖାଁ
/sambad/media/post_attachments/wp-content/uploads/2017/11/asit-book-fair1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)