ଚନ୍ଦ୍ରଶେଖରପୁର: ମଞ୍ଚେଶ୍ୱରଠାରେ ଥିବା ରେଳ କ୍ୱାର୍ଟର ସମେତ ରେଳ ବିହାର ଓ କାଞ୍ଚନଜଙ୍ଘା ରେଳ କଲୋନିର କ୍ୱାର୍ଟରଗୁଡ଼ିକ ଅବସ୍ଥା ଦିନକୁ ଦିନ ଖରାପ ହେଉଛି। ଦୀର୍ଘ ବର୍ଷ ହେଲା ଏହାର ମରାମତି ହେଉ ନ ଥିବାରୁ କର୍ମଚାରୀ ଓ ସେମାନଙ୍କ ପରିବାରର ସଦସ୍ୟମାନେ ଭୟରେ ଦିନ କାଟୁଛନ୍ତି। କେଉଁଠି ଛାତ ତଳ ପାର୍ଶ୍ୱରୁ ପ୍ଲାଷ୍ଟର ଖସୁଛି ତ ଆଉ କେଉଁଠି ଘର ସମ୍ମୁଖରେ ପାଣି ଜମି ରହୁଛି। କ୍ୱାର୍ଟରଗୁଡ଼ିକ ଆଗରେ ଡ୍ରେନ୍ ବ୍ୟବସ୍ଥା ନଥିବାରୁ କର୍ମଚାରୀଙ୍କ ଘର ଭିତରେ ପାଣି ପଶୁଛି। ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। କିଛି ଦିନ ତଳେ କର୍ମଚାରୀମାନେ ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଡାକରା ଦେଇଥିବା ବେଳେ ଶେଷ ମୁହୂର୍ତ୍ତରେ ସ୍ଥାଗିତ ରଖା ଯାଇଥିଲା। କର୍ମଚାରୀମାନେ ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ଦୁଇ ଦିନ ତଳେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ କ୍ୱାର୍ଟର୍ସଗୁଡ଼ିକ ବୁଲି ଦେଖିବା ସହ ମରାମତି ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ ୧୨ରୁ ୧୫ ବର୍ଷ ହେଲା କ୍ୱାର୍ଟରଗୁଡ଼ିକ ମରାମତି ହୋଇନି। ଘରର ବାହାର ପାର୍ଶ୍ୱ ମରାମତି ହେଉନି କି ରଙ୍ଗ କରାଯାଉନି। କ୍ୱାର୍ଟର୍ସ ଉପରେ ଅନାବନା ଗଛ ମାଡ଼ିଯାଇଥିଲେ ମଧ୍ୟ ସେଗୁଡ଼ିକର ସଫେଇ କରାଯାଉ ନାହିଁ। ଯେଉଁଥିପାଇଁ ଘରର ଭିତ୍ତିଭୂମି ଦୁର୍ବଳ ହେବାରେ ଲାଗିଛି। ଘର ସମ୍ମୁଖ ଭାଗରେ ଏ ପର୍ଯ୍ୟନ୍ତ ଡ୍ରେନ୍ ବ୍ୟବସ୍ଥା ହୋଇ ନଥିବାରୁ ଜଳ ନିଷ୍କାସନ ହୋଇପାରୁନି। ଯେଉଁଥିପାଇଁ ବଡ଼ ବର୍ଷା ହେବା କ୍ଷଣି କର୍ମଚାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ କ୍ୱାର୍ଟରର ଛାତ ତଳ ପାର୍ଶ୍ୱରୁ ପଲସ୍ତରା ଖସି ତଳେ ପଡ଼ୁଛି। କ୍ୱାର୍ଟର ଭିତ୍ତିଭୂମି ଯାଞ୍ଚ ସମୟରେ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ ସମେତ ଅତିରିକ୍ତ ସାଧାରଣ ସମ୍ପାଦକ ବି ଏନ୍ ରାୟ, ଶାଖା ସମ୍ପାଦକ ସଞ୍ଜୟ କୁମାର ଦାସ, ଉପଦେଷ୍ଟା ବିରଜା ମହାପାତ୍ର, ସଭାପତି ସୁଶାନ୍ତ କୁମାର ସାହାଣୀ, ସିନିଅର ସେକ୍ସନ ଇଞ୍ଜିନିୟର ଜେ କେ ଦାସ, ଏଇଏନ୍ ଗାଙ୍ଗୁଲି ପ୍ରମୁଖ ଉପସ୍ଥିତ ରହିଥିଲେ।
ଡ୍ରେନ୍ ନାହିଁ, ଘରେ ପଶୁଛି ପାଣି
ରେଳ କର୍ମଚାରୀଙ୍କ କ୍ୱାର୍ଟର୍ସ ସମସ୍ୟା
/sambad/media/post_attachments/wp-content/uploads/2018/09/kesab-railway-quarters.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)