ପୁରୁଣା ଭୁବନେଶ୍ୱର: ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ମନ୍ଦିରମାଳିନୀ ଭୁବନେଶ୍ୱରର ୧୧ଟି ମନ୍ଦିର ରହିଥିବା ବେଳେ କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ଅଧୀନ ଭୁବନେଶ୍ୱର ସବ୍-ସର୍କଲ ଅଧୀନରେ ୨୩ଟି ଓ ଆଖପାଖ ଅଞ୍ଚଳରେ ୬ଟି କୀର୍ତ୍ତିରାଜିସ୍ଥଳୀ ରହିଛି। ଏହାବ୍ୟତୀତ ଭୁବନେଶ୍ୱରରେ ୧୯୯ଟି ମନ୍ଦିର ରହିଥିବା ବେସରକାରୀ ସଂସ୍ଥା ଇନ୍ଟାକ୍ର ଗଣନା କହୁଛି। କିନ୍ତୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଛାଡ଼ିଦେଲେ ଭୁବନେଶ୍ୱରରେ ଅନ୍ୟ କୌଣସି ମନ୍ଦିରରେ ଆର୍ଥିଂ ବ୍ୟବସ୍ଥା ନାହିଁ। ରାଜ୍ୟ ହେଉ କି କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ; ମନ୍ଦିର ଓ ଐତିହ୍ୟ କୀର୍ତ୍ତିିରାଜିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଆର୍ଥିଂ ବ୍ୟବସ୍ଥା କରା ନଯିବା ଫଳରେ ବଜ୍ରପାତ ଯୋଗୁଁ ଐତିହ୍ୟଗୁଡ଼ିକ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ତେବେ ବିଶ୍ୱପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ଆର୍ଥିଂ ବ୍ୟବସ୍ଥା ଥିଲେ ହେଁ ତାହା ଅଧାପନ୍ତରିଆ। ମନ୍ଦିରର ଜଗମୋହନରେ ଲାଗିଥିବା ପୁରୁଣା ବିଦ୍ୟୁତ୍ ଆର୍ଥିଂ ତାରକୁ ବଦଳାଇ ନୂଆ ଲଗା ଯାଇଥିଲେ ମଧ୍ୟ ମୁଖ୍ୟ ମନ୍ଦିରର ଆର୍ଥିଂ ସଂଯୋଗ ହୋଇନାହିଁ। ମୁଖ୍ୟ ମନ୍ଦିରର ଚତୁପାର୍ଶ୍ୱରେ ଆର୍ଥିଂ ତାର ବୁଲିଥିଲେ ମଧ୍ୟ ମାଟି ତଳୁ ଆସିଥିବା ଆର୍ଥିଂ ସହ ଏହା ସଂଯୋଗ ହୋଇନାହିଁ। ମନ୍ଦିରର ଚଟାଣ କାମ ବେଳେ ଏଏସ୍ଆଇ ପକ୍ଷରୁ ଏହି ସଂଯୋଗକୁ କାଟି ଦିଆଯାଇଥିବା ଯୋଗୁଁ ଦୀର୍ଘ ଦେଢ଼ବର୍ଷ ହେଲା ମନ୍ଦିରଟି ଆର୍ଥିଂ ସଂଯୋଗବିହୀନ ହୋଇ ରହିଛି। ଏହାଦ୍ୱାରା ମନ୍ଦିରକୁ ବଜ୍ରପାତ ଜନିତ ବିପଦ ସବୁବେଳେ ଲାଗି ରହିଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ଏନେଇ ଏଏସ୍ଆଇର ପକ୍ଷରୁ କୁହାଯାଇଛି ଯେ ଖୁବ୍ଶୀଘ୍ର ମୁଖ୍ୟ ମନ୍ଦିରର ଆର୍ଥିଂ ବ୍ୟବସ୍ଥା ହେବ। ଏଥିପାଇଁ ଏକ ସ୍ୱତନ୍ତ୍ର ପାୱାରଟେଷ୍ଟ୍ ମେସିନ୍ ମନ୍ଦିର ଚୂଳ ଓ ମୂଳରେ ଲଗାଯାଇ ପୁରୁଣା ଆର୍ଥିଂ କାମ କରୁଛି କି ନାହିଁ, ପରୀକ୍ଷା କରାଯିବ। ଏହା ପରେ ନୂତନ ଆଧୁନିକ ପ୍ରଣାଳୀର ଆର୍ଥିଂ ଲଗାଯିବ ବୋଲି କୁହାଯାଇଛି।ଶ୍ରୀଲିଙ୍ଗରାଜ ମନ୍ଦିରରେ ଏପରି ଅବସ୍ଥା ହୋଇଥିବା ବେଳେ ଅନ୍ୟ ମନ୍ଦିର ଓ ଐତିହ୍ୟସ୍ଥଳୀଗୁଡ଼ିକ ବିପଦରେ ରହିଛି। ଭାସ୍କରେଶ୍ୱର, କପିଳେଶ୍ୱର, ବ୍ରହ୍ମେଶ୍ୱର, ନବକେଶ୍ୱର, ରାମେଶ୍ୱର, ମେଘେଶ୍ୱର, ବକ୍ରେଶ୍ୱର, ବୋଇତାଳ, ଚିତ୍ରକାରିଣୀ, ଶିଶିରେଶ୍ୱର, ମତ୍ରେଶ୍ୱର, ମୁକ୍ତେଶ୍ୱର, ମାର୍କଣ୍ଡେଶ୍ୱର, ପର୍ଶୁରାମେଶ୍ୱର, ରାଜାରାଣୀ, ସିଦ୍ଧେଶ୍ୱର, ଅନନ୍ତବାସୁଦେବ, ତୀର୍ଥେଶ୍ୱର, ଏକାମ୍ରେଶ୍ୱର, ରାଜାରାଣୀ, ତାଳେଶ୍ୱର, ଭବାନୀ ଶଙ୍କର, ଡାକରା ବିଭୀଷଣେଶ୍ୱର, ପୂର୍ବେଶ୍ୱର ଓ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଥିବା ୯ଟି ମନ୍ଦିର ରହିଛି। ଏଗୁଡ଼ିକର ଉଚ୍ଚତା ଅଧିକ ରହିଛି। କିନ୍ତୁ ମନ୍ଦିରଗୁଡ଼ିକରେ ଆର୍ଥିଂ ବ୍ୟବସ୍ଥା ନଥିବାରୁ ବଜ୍ରପାତ ଭୟ ସଦାସର୍ବଦା ଲାଗି ରହିଛି।
ଐତିହ୍ୟକୁ ବଜ୍ରପାତ ଭୟ
ଭୁବନେଶ୍ୱରରେ କୌଣସି ମନ୍ଦିରରେ ନାହିଁ ଆର୍ଥିଂ ବ୍ୟବସ୍ଥା
/sambad/media/post_attachments/wp-content/uploads/2018/07/lin.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)