ଭୁବନେଶ୍ୱର: ଏଣିକି ରାଜଧାନୀରେ ବିନା ହେଲମେଟ୍ରେ ବାଇକ୍ ଚାଳନା ଉପରେ କଟକଣା ଲାଗିଛି। ସୋମବାର ଖୋର୍ଦ୍ଧା ଜିଲ୍ଲାପାଳ ବି.ଏସ୍ ପୁନିଆ ଏ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଖଣ୍ଡଗିରିରୁ ରସୁଲଗଡ଼ ଯାଏ ଫ୍ଲାଏ ଓଭରରେ ଯେଉଁ ଚାଳକ ବିନା ହେଲମେଟରେ ବାଇକ୍ ଚଳାଇବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଣିକି ବିନା ହେଲମେଟରେ ବାଇକ୍ ଚଳାଇବା ଚାଳକଙ୍କୁ ମହଙ୍ଗା ପଡ଼ି ପାରେ। ଏହି ନିର୍ଦ୍ଦେଶ ଅମାନ୍ୟ କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ଆସନ୍ତାକାଲି ଠାରୁ ମାସକ ପାଇଁ ଏହି ନିୟମ କଡ଼ାକଡି ଭାବେ ଲାଗୁ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।