କଟକ : କଟକ ସହରର ପ୍ରମୁଖ ତଥା ସମ୍ବେଦନଶୀଳ ଥାନା ଭାବେ ପରିଗଣିତ ହେଉଥିବା ମଙ୍ଗଳାବାଗ ଓ ବାଦାମବାଡ଼ି ଥାନା ପାଇଁ ଜମି ମିଳୁନାହିଁ। କଟକ ଜିଲ୍ଲାରେ ବିଦ୍ୟୁତ ଚୋରି ରୋକିବାକୁ କମିସନରେଟରେ ଖୋଲିଥିବା ଏକମାତ୍ର ଏନର୍ଜି ଥାନା ପାଇଁ ବି ଜମି ମିଳୁ ନାହିଁ। ଜାଗା ସମସ୍ୟାକୁ ନେଇ ଜିଲ୍ଲା ରିଜର୍ଭ ପୁଲିସ ଅଫିସ ବି ସମସ୍ୟାରେ ପଡିଛି। ପଡ଼ିଆ ନଥିବାରୁ ନିୟମିତ ଡ୍ରିଲ୍ ଓ ପିଇଟି ବି କରାଯାଇ ପାରୁ ନାହିଁ। ୩ ଏକର ଜମି ନୂଆ ରିଜର୍ଭ ଅଫିସ ପାଇଁ ଖୋଜା ଚାଲିଥିବା ବେଳେ ଜମି ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ସହରରେ ଥାନା ଓ ଆରଓକୁ ମିଶାଇ ୫ଟି ଅଫିସ ପାଇଁ ଜମି ନମିଳିବା ଘଟଣା କଟକ କମିସନରେଟ୍ ପୁଲିସ ପାଇଁ ଏବେ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି।
ଏବେ ଯେଉଁ ସ୍ଥାନରେ ମଙ୍ଗଳାବାଗ ଥାନା ଅଛି ୧୯୪୯ ପୂର୍ବରୁ ସେହି ସ୍ଥାନରେ ଫାଣ୍ତି ଥିଲା। ସ୍ବାଧୀନତା ପୂର୍ବରୁ ସେଠାରେ ଫାଣ୍ତି କାର୍ଯ୍ୟ କରୁଥିବା କୁହାଯାଉଛି। ଦୀର୍ଘ ବର୍ଷ ପୁରୁଣା ଥାନା ହୋଇଥିବାରୁ ଥାନାର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ଥାନାରେ ହାଜତ, ବାରାକ, ମାଲ୍ଖାନା, ଶୌଚାଳୟ ବ୍ୟବସ୍ଥା ଆବଶ୍ୟକତା ଅନୁଯାୟୀ ନଥିବାରୁ ନୂଆ ଥାନାର ଆବଶ୍ୟକତା ଥିଲା। ସେହି ସ୍ଥାନରେ ୪ ହଜାର ବର୍ଗଫୁଟ୍ ଜମିରେ ଆଉ ଏକ ନୂତନ ଥାନା ନିର୍ମାଣ ପାଇଁ ଗୃହ ବିଭାଗ ୨୦୧୯ରେ ନିଷ୍ପତ୍ତି ନେଇଥିଲା। ୩ ମହଲା ବିଶିଷ୍ଟ କୋଠା ପାଇଁ ୨ କୋଟି ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ପୁଲିସ ହାଉସି˚ ଏବ˚ େଵଲଫେୟାର କର୍ପୋରେସନ୍ ଥାନା ନିର୍ମାଣ ଦାୟିତ୍ବ ନେଇଥିଲା। କିନ୍ତୁ ଏହି ବଡ଼ ପ୍ରକଳ୍ପ ଅଦୃଶ୍ୟ କାରଣ ଯୋଗୁ ଅଧାରେ ଅଟକିଗଲା। ପୁଣି ଡିସିପି ଅଖିଳେଶ୍ବର ସି˚ହଙ୍କ ସମୟରେ ରାଣୀହାଟସ୍ଥିତ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳାବାଗ ଥାନା ପାଇଁ ଜମି ଚିହ୍ନଟ କରାଯାଇଥିଲା। ସ୍ଥାନୀୟ ତହସିଲ ଅଫିସରେ ଜମି ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଆବେଦନ କରାଯାଇଥିଲା। କିନ୍ତୁ ସେଠାରେ ଜମି ପାଇଁ ଅନୁମତି ମିଳି ନଥିବାରୁ ନିର୍ମାଣ କାମ ଆରମ୍ଭ ହୋଇପାରିଲା ନାହିଁ।
ସମାନ ଅବସ୍ଥା ବାଦାମବାଡ଼ି ଥାନାର। ୨୦୧୭ ନଭେମ୍ବରରେ ବାଦାମବାଡ଼ି ଥାନାର ନୂଆ କୋଠା ପାଇଁ ଗୃହ ବିଭାଗ ପକ୍ଷରୁ ପରିବହନ ବିଭାଗକୁ ୪ ହଜାର ୮୦୦ ବର୍ଗଫୁଟ ଜମି ବାଦାମବାଡ଼ି ବସଷ୍ଟାଣ୍ତ ଭିତରେ ଯୋଗାଇବାକୁ ଚିଠି ଲେଖାଯାଇଥିଲା। କିନ୍ତୁ ବାଦାମବାଡ଼ି ବସ୍ ଷ୍ଟାଣ୍ତରେ ସେହି ପରିମାଣର ଜମି ଦେବାକୁ ପରିବହନ ବିଭାଗ ନାରାଜ ହୋଇଥିଲା। ୨୦୨୦ରେ ଏହି ଥାନା ପାଇଁ ପାଲାମଣ୍ତପ ନିକଟ ଗ୍ରାଣ୍ତ ହୋଟେଲ୍ ସାମନା ସେସୁ ଜମିରେ ୩ ମହଲା ବିଶିଷ୍ଟ କୋଠା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି କୋଠା ପାଇଁ କୋଟିଏ ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ବି କରାଯାଇଥିଲା। ଏଠି ବି ସମାନ ଅବସ୍ଥା ହେଲା। ଜମି ସମସ୍ୟା ନେଇ ନିର୍ମାଣ ଯୋଜନା ଅଟକିରହିଲା। ଥାନାରେ ମାଲ୍ଖାନାଟିଏ ନଥିବାରୁ ବାଦାମବାଡ଼ି ଟ୍ରାଫିକ ଛକରେ ଜବତ ଗାଡ଼ିଗୁଡ଼ିକ ପାର୍କି˚ କରାଯାଉଛି। ରାସ୍ତା ସ˚କୁଚିତ ହେଇଯାଉଥିବାରୁ ବାଦାମବାଡ଼ିରେ ଟ୍ରାଫିକ ସମସ୍ୟା ଏକ ନିୟମିତ ପ୍ରସ˚ଗ ହୋଇ ରହିଛି।
କଟକ କମିସନରେଟ୍ ପୁଲିସର ରିଜର୍ଭ ଅଫିସ(ଆରଓ) ଏବେ ବକ୍ସିବଜାର ପୁଲିସ ପଡ଼ିଆ ସାମନାରେ କାର୍ଯ୍ୟ କରୁଛି। ୨୦୦୮ରୁ କାର୍ଯ୍ୟ କରୁଥିବା ଏହି ଅଫିସ ପାଇଁ ପଡ଼ିଆଟିଏ ବି ନାହିଁ। ନିୟମ ଅନୁଯାୟୀ ଜିଲ୍ଲା ଆରଓରେ ଦୈନିକ ପୁଲିସ ଫୋର୍ସଙ୍କ ଶାରୀରିକ ଦକ୍ଷତା ତାଲିମ(ପିଇଟି) ଓ ଡ୍ରିଲ୍ କରାଯିବ। କିନ୍ତୁ ପଡ଼ିଆ ନଥିବାରୁ ଏସବୁ ନିୟମିତ କାର୍ଯ୍ୟକ୍ରମ ହୋଇପାରୁ ନାହିଁ। ଆରଓରେ ଥିବା ୩୫୦ ଏପିଆର୍ କନଷ୍ଟେବଳ ଓ ୮୦ ହାବିଲଦାର ଏଥିରୁ ବଞ୍ଚିତ ହେଉଛନ୍ତି। କମିସନରେଟ୍ ପୁଲିସ ପକ୍ଷରୁ କଟକ ସହରରେ ଜମି ଦେଖାଯାଉଥିବା ବେଳେ ଜମି ମିଳିପାରୁ ନାହିଁ। କମିସନରେଟ୍ ସହିତ ଗ୍ରାମାଞ୍ଚଳ ଏସପିଙ୍କ ରିଜର୍ଭ ଅଫିସର ସ୍ଥିତି ବି ସମାନ। ପିଇଟି ଓ ଡ୍ରିଲ୍ ପାଇଁ ପଡ଼ିଆ ନଥିବା ବେଳେ ସେମାନେ ବି ଦୈନନ୍ଦିନ କାର୍ଯ୍ୟକ୍ରମରୁ ବଞ୍ଚିତ ହେଉଛନ୍ତି। ବକ୍ସିବଜାର ପୁଲିସ କ୍ୟାଣ୍ଟିନ୍ ନିକଟରେ ପୂର୍ବରୁ କାର୍ଯ୍ୟ କରୁଥିବା ସ୍ପେଶାଲ ଆର୍ମଡ୍ ପୁଲିସ(ଏସଏପି) କୋଠାରେ ହିଁ ରିଜର୍ଭ ଅଫିସ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛି। ଗ୍ରାମାଞ୍ଚଳ ଜିଲ୍ଲା ଏସପିଙ୍କ ପକ୍ଷରୁ ରିଜର୍ଭ ଅଫିସ ପାଇଁ ବାରଙ୍ଗ-ତ୍ରିଶୂଳିଆ ରାସ୍ତାରେ ଜମି ଖୋଜା ଚାଲିଥିବା ବେଳେ ଜମି ମିଳିପାରୁ ନାହିଁ। ଯୋବ୍ରା ଇରିଗେସନ୍ ବିଭାଗର କଲୋନିରେ ଥିବା ବିଦ୍ୟୁତ ବିଭାଗ ଏସଡିଓଙ୍କ ଭଙ୍ଗା କ୍ବାର୍ଟରରେ ୨୦୦୩ରୁ ୨୦୨୦ ଯାଏ ଚାଲି ଆସିଥିବା ଏନର୍ଜି ଥାନା ୨୦୨୦ରେ ଜିଲ୍ଲା ସେଟଲମେଣ୍ଟ ଅଫିସ ସାମନାରେ ଥିବା ଅସ୍ଥାୟୀ କାର୍ଯ୍ୟାଳୟକୁ ସ୍ଥାନାନ୍ତର ହୋଇଛି। ଏନର୍ଜି ଥାନା ରାଣୀହାଟ ସେସୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅଫିସ କ୍ୟାମ୍ପସ କିମ୍ବା ସିଡିଏରେ ସ୍ଥାୟୀ ଜମିରେ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଜମି ଯୋଗାଣ କେଁ ପାଇଁ ସ୍ଥାୟୀ ଅଫିସ ନିର୍ମାଣ ହୋଇପାରୁ ନାହିଁ। ଡିସିପି ପ୍ରତୀକ ସି˚ହଙ୍କ କହିବା ଅନୁଯାୟୀ, ବାଦାମବାଡ଼ିର ନୂଆ ଥାନା ନିର୍ମାଣ ପାଇଁ ଯୋଜାନା ଚାଲିଛି। ଆରଓ, ମଙ୍ଗଳାବାଗ ପାଇଁ ଜମି ଦେଖା ଚାଲିଛି। ଜମି ମିଳିଗଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/badambadi-ps-ff.jpg)