ଭୁବନେଶ୍ବର: ଆର୍ଥିକ ଅଚଳାବସ୍ଥା ଦେଇ ଗତି କରୁଛି ବିଏମ୍ସି। ପାଖରେ ଟଙ୍କା ନଥିବାରୁ ପ୍ରାୟ ୨ ବର୍ଷ ହେଲାଣି ରାଜଧାନୀ ଭୁବନେଶ୍ବରର ବିଭିନ୍ନ ୱାର୍ଡରେ ବିକାଶମୂଳକ କାର୍ଯ୍ୟ ଅଟକି ରହିଛି। ରାସ୍ତାଘାଟ, ନାଳ, ପାର୍କି ଆଦି ମୌଳିକ ବ୍ୟବସ୍ଥା ବି ସଜଡ଼ାଯାଇ ପାରୁନି। ଏଭଳି ସ୍ଥିତିରେ ବିଜ୍ଞାପନ ଏଜେନ୍ସିଙ୍କ ଉପରେ ୨୨ଟଙ୍କା ବାକି ରଖି ଚୁପ୍ ବସିଛି ବିଏମ୍ସି। କର୍ପୋରେସନ୍ ବୈଠକରେ କର୍ପୋରେଟର୍ମାନେ ହଙ୍ଗାମା କଲା ପରେ ବିଏମ୍ସି କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଲା। ବୈଠକ ଡାକିଲେ। ହେଲେ ଏବେ ପୁଣି ଚୁପ୍ ହୋଇ ବସିପଡ଼ିଛି ବିଏମ୍ସି।
BJP leaders : ସଂଗଠନ ସୁଦୃଢ଼ କରିବାକୁ ବିଜେପି ନେତାଙ୍କୁ ଦିଆଯିବ ପ୍ରଶିକ୍ଷଣ
ବିଏମ୍ସିରେ କେଉଁ ଅଞ୍ଚଳରେ କେଉଁ ବିଜ୍ଞାପନ ଏଜେନ୍ସି କେତେ ବିଜ୍ଞାପନ ହୋର୍ଡିଂ ଲଗାଇବ, ତାର ଟେଣ୍ଡର ଦିଆଯାଇଛି। ବର୍ଗଫୁଟ ଅନୁସାରେ ଏହି ଟେଣ୍ଡର ଦିଆଯାଇଛି। ଏଥିପାଇଁ ଉଭୟ ଲାଇସେନ୍ସ ଫି ଓ ବିଜ୍ଞାପନ ଲଗାଇବା ଫି ସଂପୃକ୍ତ ଏଜେନ୍ସିଙ୍କୁ ଦେବାକୁ ପଡ଼ୁଛି। ବିଜ୍ଞାପନର ଜିଆଇଏସ ସର୍ଭେ ରିପୋର୍ଟ ଦେବାକୁ ସାଇବର ସ୍ବିଫ୍ଟ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ସାଇବର ସ୍ବିଫ୍ଟ ରିପୋର୍ଟ ଅନୁସାରେ ୨୦୨୩ ମସିହାରୁ ୨୦୨୫ ମସିହା ଭିତରେ ୧୨ରୁ ଅଧିକ ବିଜ୍ଞାପନ ଏଜେନ୍ସି ୨୨ କୋଟିରୁ ଅଧିକ ଟଙ୍କା ବାକି ରଖି ଚୁପ୍ ହୋଇ ବସିଛନ୍ତି। କର୍ପୋରେସନ୍ ବୈଠକରେ କର୍ପୋରେଟର୍ ନୃପେଶ କୁମାର ନାୟକ ଓ ଅନ୍ୟମାନେ ଟଙ୍କା ଅଭାବରୁ ଅଞ୍ଚଳର ବିକାଶ କାର୍ଯ୍ୟ ହୋଇପାରୁ ନଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ବିଜ୍ଞାପନ ଏଜେନ୍ସିଙ୍କ ବକେୟା ଟଙ୍କା ଆଦାୟ ଓ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବି ସର୍ବସମ୍ମତିକ୍ରମେ ଅନୁମୋଦନ କରାଗଲା ଓ ଏଜେନ୍ସିମାନେ ବକେୟା ଟଙ୍କା ନଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିଲା।
BJP leaders : ସଂଗଠନ ସୁଦୃଢ଼ କରିବାକୁ ବିଜେପି ନେତାଙ୍କୁ ଦିଆଯିବ ପ୍ରଶିକ୍ଷଣ
ଗତବର୍ଷ ଏପ୍ରିଲ ୯ରେ ବି ମେୟରଙ୍କ ଅଧ୍ୟକ୍ଷତାରେ ଏ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏଜେନ୍ସିଙ୍କଠାରୁ ଟଙ୍କା ଆଦାୟ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା। ଟଙ୍କା ଦେଉ ନଥିବା ଏଜେନ୍ସିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ନାମ ତାଲିକାରୁ ବାଦ୍ ଦେବାକୁ ନିଷ୍ପତ୍ତି ହୋଇଥିଲା। ଇତିମଧ୍ୟରେ ବୈଠକକୁ ୧୦ ମାସ ବିତିଲାଣି, କିନ୍ତୁ ଏଜେନ୍ସିମାନେ ଧରାଛୁଆଁ ଦେଉନାହାନ୍ତି। ବିଏମ୍ସି ଡେପୁଟି କମିସନର୍ ଅଜୟ କୁମାର ମହାନ୍ତି କହିଛନ୍ତି, ଜିଆଇଏସ୍ ସର୍ଭେ ଅନୁସାରେ ସାଇବର ସ୍ବିଫ୍ଟ ଆମକୁ ଅଞ୍ଚଳ ଅନୁସାରେ ବିଜ୍ଞାପନ ହୋର୍ଡିଂର ରିପୋର୍ଟ ଦେଇଥିଲା। କିନ୍ତୁ ଏହି ହୋର୍ଡିଂ କିଏ ଲଗାଇଛି, ତାହା ସ୍ପଷ୍ଟ ହେଉ ନଥିଲା। ଏହି ରିପୋର୍ଟ ଉପରେ ବିଜ୍ଞାପନ ଏଜେନ୍ସିମାନେ ଆପତ୍ତି ଉଠାଇଥିଲେ। ସେମାନଙ୍କ ସହ ଆଲୋଚନା ହୋଇ କାହାର କେତେ ହୋର୍ଡିଂ ଓ ଟଙ୍କା ହେଉଛି, ତାର ସବିଶେଷ ରିପୋର୍ଟ ପ୍ରସ୍ତୁତ ସରିଛି। ସେହି ଅନୁସାରେ ବିଜ୍ଞାପନ ଏଜେନ୍ସିଙ୍କୁ ଟଙ୍କା ଜମା ଦେବାକୁ କୁହାଯାଇଛି। କିଛି ଏଜେନ୍ସି ଆଂଶିକ ଟଙ୍କା ଜମା ଦେଇଛନ୍ତି। ଯେଉଁମାନେ ଟଙ୍କା ନ ଦେବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/18/untitled-7-2026-02-18-06-51-29.jpg)