ସକାଳ ୫ଟାରୁ ୭ଟା ମଧ୍ୟରେ ୬୦ ବର୍ଷରୁ କମ ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱରରେ ପାର୍କ ମନା

ଭୁବନେଶ୍ୱର: ବିଏମସି ବା ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ପାର୍କ ପାଇଁ ନିୟମ ବଦଳିଛି | ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଅନୁସରଣ କରି ବିଏମସି ପକ୍ଷରୁ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି | ବିଏମସି ପକ୍ଷରୁ ବିଜ୍ଞପ୍ତି ମୁତାବକ ଏଣିକି ସକାଳ ୫ଟାରୁ ୧୦ତା ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପାର୍କ ଖୋଲିବ |

ସେହିପରି ସନ୍ଧ୍ୟା ୪ଟାରୁ ୬ଟା ପର୍ଯ୍ୟନ୍ତ ମଧ୍ୟ ପାର୍କ ଖୋଲିବ | ତେବେ ସଟଡାଉନ ସମୟରେ ଅର୍ଥାତ ପ୍ରତି ଶନିବାର ଓ ରବିବାର ଦିନ ପାର୍କ ବନ୍ଦ ରହିବ | ସକାଳ ୫ଟାରୁ ୭ଟା ମଧ୍ୟରେ ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ପାର୍କ ଉଦ୍ଦିଷ୍ଟ ରହିବାକୁ ଥିବାବେଳେ ଏହି ସମୟ ମଧ୍ୟରେ ୬୦ ବର୍ଷରୁ କମ ବ୍ୟକ୍ତି କେହି ପାର୍କରେ ପ୍ରବେଶ କରିପାରିବେ ନାହିଁ |

ସେହିପରି ସକାଳ ୫ଟାରୁ ୭ଟା ପରେ ବୟସ୍କ ବ୍ୟକ୍ତିମାନେ ମଧ୍ୟ ପାର୍କରେ ରହିପାରିବେ ନାହିଁ | ପୂର୍ବରୁ କେହି ପାର୍କରେ ଥିବା ଦୋଳି, ପିଲାଙ୍କ ଖେଳ ସାମଗ୍ରୀ ଓ ମୁକ୍ତାକାଶ ଜିମ୍‌ ବ୍ୟବହାର କରିପାରିବେନି। ବୋଲି ନିୟମ ଜାରି କରାଯାଇଥିଲା | ଲୋକମାନେ କେବଳ ପାର୍କରେ ବସିବେ ଓ ଭ୍ରମଣ କରିପାରିବେ। କରୋନା ସଂକ୍ରମଣ ଆଶଙ୍କାରେ ଏଗୁଡ଼ିକୁ ବନ୍ଦ କରାଯାଇଛି। ପ୍ରାୟ ଦୁଇ ମାସ ବନ୍ଦ ରହିବା ପରେ ମେ ୨୪ ତାରିଖରେ ବିଡିଏ କର୍ତ୍ତୃପକ୍ଷ ସମସ୍ତ ପାର୍କ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର