ଜିଲ୍ଲାରୁ ଜିଲ୍ଲାକୁ ଯିବା ପାଇଁ ପାସ୍‌ର ଆବଶ୍ୟକତା ନାହିଁ: କମିସନର୍‌

ଭୁବନେଶ୍ୱର : ରାଜ୍ୟ ଭିତରେ ଗାଡ଼ି ଚଳାଚଳକୁ ନେଇ ରହିଥିବା କଟକଣା କୋହଳ ହୋଇଛି। ଯେକୌଣସି ଜୋନ୍‌ରୁ ଯେକୌଣସି ଜୋନ୍‌କୁ ଗାଡ଼ି ଚଳାଚଳ କରିପାରିବ। ଦୁଇଚକିଆ ଓ ଚାରିଚକିଆ ଯାନ ଜିଲ୍ଲାକୁ ଜିଲା ଚାଲିବାରେ ଏବେ ଆଉ କଟକଣା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ। ଆଜି ବିଳମ୍ବିତ ରାତିରେ ଟ୍ୱିଟ୍‌ ଜରିଆରେ ସେ ଏହା ସ୍ପଷ୍ଟ କରିବା ସହ ସାମାଜିକ ଦୂରତା ଓ ସାଧାରଣ ଟ୍ରାଫିକ କଟକଣା ଅନୁପାଳନ କରିବା ପାଇଁ ଚାଳକଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଅନ୍ୟ ଜିଲ୍ଲାକୁ ଯିବାକୁ ହେଲେ ଆଗରୁ ୧୦୦ ଡାଏଲ କରି ପାସ୍‌ ନେବାକୁ ପଡୁଥିଲା। ଏବେ ଏହା ଆଉ ଦରକାର ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର