ମୋ ବସ୍‌ ଫାଙ୍କା, ଘରୋଇ ବସ୍‌ରେ ଲଦାଲଦି

ଭୁବନେଶ୍ବର: ବସ୍‌ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯାତାୟାତ କରନ୍ତୁ। ଯାତ୍ରୀମାନେ ଯଥାସମ୍ଭବ ଦୂରତା ଅବଲମ୍ବନ କରନ୍ତୁ ବୋଲି ସୋମବାର ପରିବହନ ବିଭାଗ ପକ୍ଷରୁ କୁହାଗଲା। ଏହାପରେ ରାଜଧାନୀରେ ଗଡ଼ୁଥିବା ମୋ ବସ୍‌ଗୁଡ଼ିକ ଏକରକମ ଫାଙ୍କା ହୋଇଯାଇଛି। ଆଜି କିଛି ବସ୍‌ରେ ସିଟ୍ ପୂରଣ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ବହୁ ବସ୍‌ ଫାଙ୍କା ଗଡ଼ୁଥିଲା। ହେଲେ ଭୁବନେଶ୍ବରରୁ ଅନ୍ୟ ଜିଲ୍ଲାକୁ ଯାଉଥିବା ବିଭିନ୍ନ ଘରୋଇ ବସ୍‌ରେ ଯାତ୍ରୀ ଲଦାଲଦି ହୋଇ ଯାଉଥିବା ଦେଖିବାକୁ ମିଳିଥିଲା। ଏପରିକି ଯେତିକି ଲୋକ ସିଟ୍‌ରେ ବସିଥିଲେ, ତା’ଠାରୁ ଅଧିକ ଲୋକ ବସ୍‌ରେ ଛିଡ଼ା ହୋଇଯାଉଥିଲେ। ହେଲେ ପରିବହନ ବିଭାଗ ପକ୍ଷରୁ ଏନେଇ କିଛି ସଚେତନତା କରାଯାଇନଥିଲା।

ସମ୍ବନ୍ଧିତ ଖବର