ପ୍ରହସନ ପାଲଟିଛି ‘ନୋ ହେଲମେଟ୍‌, ନୋ ପେଟ୍ରୋଲ’

ସରକାରଙ୍କ ନିର୍ଦେଶକୁ ପେଟ୍ରୋଲ ପମ୍ପ ମାଲିକଙ୍କ ବେଖାତିର

ଭୁବନେଶ୍ୱର: ୨୦୧୬ ଜୁନ୍‌ ୧୫। ଖୋର୍ଧା ଜିଲ୍ଲା ସମେତ ଭୁବନେଶ୍ୱରରେ ଥିବା ସମସ୍ତ ପେଟ୍ରୋଲ ପମ୍ପରେ ନୋ ହେଲମେଟ୍‌ ନୋ ପେଟ୍ରୋଲ ନିୟମ ଲାଗୁ କରାଯାଇଥିଲା। ନିୟମ ଲାଗୁ ହେବାର ଦେଢ଼ ବର୍ଷ ହେବାକୁ ବସିଲାଣି। କିନ୍ତୁ ଏବେ ଏହି ନିୟମ କେବଳ ଘୋଷଣାରେ ହିଁ ରହି ଯାଇଛି। ନିୟମ କେବଳ ପଟ୍ରୋଲ ପମ୍ପରେ ଲାଗି ଥିବା ବ୍ୟାନର୍‌ରେ ହିଁ ରହି ଯାଇଛି। ପ୍ରହସନରେ ପରିଣତ ହୋଇଛି ଏହି ନିୟମ।ଟ୍ରାଫିକ ନିୟମକୁ କଡ଼ାକଡ଼ି କରିବା ଓ ଲୋକଙ୍କ ମଧ୍ୟ ସଚେତନତା ସୃଷ୍ଟି କରିବା ଲାଗି ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଖୋର୍ଧା ଜିଲ୍ଲା ଓ ରାଜଧାନୀରେ ଥିବା ସମସ୍ତ ପଟ୍ରୋଲ ପମ୍ପରେ ‘ନୋ ହେଲମେଟ୍‌, ନୋ ପେଟ୍ରୋଲ’ ନିୟମ ଲାଗୁ କରାଯାଇଥିଲା। ବାଇକ ଚାଳକ ହେଲମେଟ ପିନ୍ଧି ନ ଥିଲେ ପେଟ୍ରୋଲ ପମ୍ପରୁ ତେଲ ଭରି ପାରିବେ ନାହିଁ। ନିୟମ ଲାଗୁ ହେବାର କିଛି ଦିନ ବାଇକ ଚାଳକମାନେ ଭୟରେ ପେଟ୍ରୋଲ ପମ୍ପ ଯିବା ପୂର୍ବରୁ ହେଲମେଟ୍‌ ଖୋଜୁଥିଲେ। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଅନେକ ଆଡୁ ପ୍ରଶଂସା ମିଳିଥିଲା।ତେବେ ନିୟମ ଲାଗୁ ହେବାର ଠିକ୍‌ ୪ ମାସ ପରେ ନିୟମ ଏକ ପ୍ରକାର ଅକାମୀ ହୋଇଯାଇଛି। ନିର୍ଦେଶନାମା କେବଳ ପେଟ୍ରୋଲ ପମ୍ପରେ ଲାଗିଥିବା ବ୍ୟାନର୍‌ରେ ସୀମିତ ରହିଛି। ନିୟମ କାର୍ଯ୍ୟକାରୀ ହେଉଛି କି ନାହିଁ କେହି ତଦାରଖ କରୁ ନାହାନ୍ତି।

ଏ ସମ୍ପର୍କରେ ଜଣେ ପଟ୍ରୋଲ ପମ୍ପ ମାଲିକ କହିଛନ୍ତି ପ୍ରଥମେ ନିୟମକୁ ସମସ୍ତେ ମାନିଲେ। କିନ୍ତୁ ୪/୫ ମାସ ପରେ  ବିନା ହେଲେମେଟ୍‌ରେ ଅନେକ ଯୁବକ ଆସି ଜବରଦସ୍ତ ତେଲେ ପକାଇବାକୁ କହିଲେ। ସେମାନଙ୍କୁ ମନା କରିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହିତ ପାଟିତୁଣ୍ଡ ଓ ଗଣ୍ଡଗୋଳ କଲେ। ଏ ନେଇ ଥାନାକୁ ଅଭିଯୋଗ କରିବାକୁ ଗଲେ ପୁଲିସ ମଧ୍ୟ ଆମକୁ ସହଯୋଗ କଲା ନାହିଁ। ଗ୍ରାହକମାନଙ୍କ ସହିତ ଏଭଳି ପାଟିତୁଣ୍ଡ କରିବା ଫଳରେ ଆମର ବ୍ୟବସାୟରେ ମଧ୍ୟ ବ୍ୟାଘାତ ହେଲା। ତେଣୁ ବାଧ୍ୟ ହୋଇ ଆମ୍ଭେମାନେ ନିୟମକୁ ଉଲଂଘନ କରୁଛୁ।

ସମ୍ବନ୍ଧିତ ଖବର