ଭୁବନେଶ୍ବର : ପାର୍ବଣ ପାଇଁ ଅପରାଧୀ ପୁଣି ସକ୍ରିୟ ହୋଇପଡ଼ିଛନ୍ତି। ସେମାନେ ଦାଦାବଟି ମାଗି ଲୋକଙ୍କୁ ହଇରାଣ କରୁଥିବାରୁ କମିସନରେଟ୍ ପୁଲିସ୍ ସେମାନଙ୍କୁ ସାବାଡ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସେପ୍ଟେମ୍ବରର ମାତ୍ର ୧୫ଦିନ ମଧ୍ୟରେ ୮ଟି ମାମଲା ରୁଜୁ ହୋଇଥିବାରୁ ପୁଲିସ ସର୍ବସାଧାରଣଙ୍କ ପାଇଁ ୭୦୭୭୭୯୮୧୧୧ ନମ୍ବର ଜାରି କରିଛି। ବଟି ମାଗୁଥିବା ଅସାମାଜିକ ତତ୍ତ୍ବଙ୍କୁ ବିରୋଧ କରିବା ସହିତ ଟଙ୍କା ପାଇଁ ହଇରାଣ କରୁଥିଲେ ଉକ୍ତ ନମ୍ବରକୁ ଯୋଗାଯୋଗ କରିବା ପାଇଁ ପୁଲିସ ଜନସାଧାରଣକୁ ନିବେଦନ କରିଛି। ଏହାସହ ନିଶା କାରବାର ଓ ଷ୍ଟ୍ରିଟ୍ କ୍ରାଇମ୍ ପାଇଁ ମଧ୍ୟ ଏହି ନମ୍ବରକୁ ଯୋଗାଯୋଗ କରିବାକୁ ପୁଲିସ ଅନୁରୋଧ କରିଛି।
ଦାଦାବଟିକୁ ନା’, କମିସନରେଟ୍ ପୁଲିସ ଜାରି କଲା ନୂଆ ନମ୍ବର
୧୫ଦିନରେ ରୁଜୁ ହେଲାଣି ୮ ମାମଲା
/sambad/media/post_attachments/wp-content/uploads/2020/10/dadabati-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)