‘ପଲିଥିନ୍‌କୁ ନା’ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ଦି ଇନର୍‌ ହ୍ବିଇଲ୍‌ କ୍ଲବ୍‌ ଅଫ୍‌ ଭୁବନେଶ୍ବର ଟେମ୍ପଲ୍‌ ସିଟି ପକ୍ଷରୁ ପଲିଥିନ୍‌ ବ୍ୟବହାର ନକରିବାକୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁରୁଣା କପଡ଼ା ଓ ବେଡ୍‌ସିଟ୍‌ରୁ ତିଆରି ହୋଇଥିବା ୧୩୫ଟି ବ୍ୟାଗ୍‌କୁ ୟୁନିଟ୍‌-୧ ହାଟସ୍ଥିତ ପରିବା ଓ ଫଳ ବ୍ୟବସାୟୀଙ୍କୁ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ ବ୍ୟାଗ୍‌ ବଣ୍ଟନ କରିଥିଲେ। ବ୍ୟାଗ୍‌ ଆଣିନଥିବା ଗ୍ରାହକଙ୍କୁ ଦୋକାନୀମାନେ ଏହି ବ୍ୟାଗ୍‌ ୨୦ଟଙ୍କା ଦରରେ ବିକ୍ରି କରିପାରିବେ।

ଫଳରେ ପଲିଥିନ୍‌ର ବ୍ୟବହାରକୁ ରୋକାଯାଇ ପାରିବ। ଏହି ବ୍ୟାଗଗୁଡ଼ିକୁ ଜଣେ ମହିଳା ତିଆରି କରିଛନ୍ତି। ତାଙ୍କୁ ପ୍ରତି ବ୍ୟାଗ ପିଛା ୧୫ଟଙ୍କା ଲେଖାଏ ଦିଆଯାଇଛି। ସୂଚନାଯୋଗ୍ୟ, ସମ୍ପୃକ୍ତ ମହିଳାଙ୍କୁ ଗତବର୍ଷ କ୍ଲବ ପକ୍ଷରୁ ଏକ ସିଲେଇ ମେସିନ ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ କ୍ଲବ୍‌ର ସଭାପତି ଅଳକା ମିଶ୍ର, ସଂପାଦିକା ସ୍ମିଗ୍ଧା ଦାଶ, ପିଙ୍କି ମହାନ୍ତି, ମୀନାକ୍ଷୀ ମହାନ୍ତି, ମିନୁ ପାଣି ଏବଂ ତନୁଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର