ଚନ୍ଦ୍ରଶେଖରପୁର : ସମଗ୍ର ବିଶ୍ୱରେ ୧.୫ ବିଲିଅନ ଲୋକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବାରେ ନୀଳ ଆଲୋକ ପ୍ରଦାନ କରୁଥିବା ଏଲ୍ଇଡି ଲ୍ୟାମ୍ପ ସହାୟକ ହୋଇଛି ବୋଲି ଜାପାନର ପଦାର୍ଥ ବିଜ୍ଞାନୀ ତଥା ନୋବେଲ୍ ବିଜେତା ପ୍ରଫେସର ହିରୋସି ଆମୋନୋ କହିଛନ୍ତି। ଆଜି କିଟ୍’ରେ ଆୟୋଜିତ ‘ନଲେଜ୍ ଟ୍ରି’ ବକ୍ତୃତାମାଳାରେ ‘ବ୍ଲୁ ଏଲିଡି ଆଣ୍ଡ ଟ୍ରାନ୍ଫରମେଟିଭ୍ ଇଲୋକ୍ଟ୍ରୋନିକ୍ସ୍ ଫର ଡେଭେଲପିଂ ସଷ୍ଟେନେବଲ୍ ସ୍ମାର୍ଟ ସୋସାଇଟି ଉପରେ ବକ୍ତତା ପ୍ରଦାନ କରି ପ୍ରଫେସର୍ ଆମୋନୋ କହିଲେ, ଆମର ଦୈନନ୍ଦିନ ଜୀବନରେ ଆଲୋକର ମୁଖ୍ୟ ଭୂମିକା ରହିଛି। ଏଲଇଡି ଲ୍ୟାମ୍ପର ବିକାଶ ଯୋଗୁଁ ଅଧିକ କୁଶଳ ଆଲୋକ ଉତ୍ସ ସମ୍ଭବ ହୋଇଛି। ଏହି ଅବସରରେ ନୋବେଲ ବିଜେତାଙ୍କ ସହ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କିଟ୍ ଡିମଡ୍ ବିଶ୍ୱବିଦ୍ୟାଳୟର କୁଳପତି ଫ୍ରଫେସର୍ ହୃଷୀକେଶ ମହାନ୍ତିଙ୍କ ସମେତ ବିିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କିଟ୍ ବାୟୋଟେକ୍ନୋଲଜିର ନିଦେର୍ଶକ ଡ. ମୃତ୍ୟୁଜଂୟ ସୁଆର ସ୍ୱାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ଡ. ସୁସ୍ମିତାରାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
କିଟ୍ରେ ନୋବେଲ୍ ବିଜୟୀ ହିରୋସିଙ୍କ ବକ୍ତତା
/sambad/media/post_attachments/wp-content/uploads/2018/01/madhu-kiit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)