ଅହିଂସା ସଫଳତାର ଚାବିକାଠି

ଗାନ୍ଧୀ ଆଦର୍ଶର ପ୍ରଚାର କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭୁବନେଶ୍ବର: ହେଲ୍ପମେଟ୍ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ବୁଦ୍ଧମନ୍ଦିର ଠାରେ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶର ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ମୁଖ୍ୟବକ୍ତା କୃପାସିନ୍ଧୁ ମିଶ୍ର, ସମ୍ମାନିତ ଅତିଥି ସାହିତ୍ୟ ଏକାଡେମିର ସଚିବ ପ୍ରବୋଧ ରାଉତ, ଶିଶିର କୁମାର ଦାସ, ବନ୍ଦନା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ‘ଅହିଂସା ସଫଳତାର ଚାବିକାଠି’ ଶୀର୍ଷକ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ।

ଗାନ୍ଧୀଙ୍କ ଉପରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ୨୯୬ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ବନ୍ଧମୁଣ୍ଡା ଗ୍ରାମର ଶିକ୍ଷକ ଅକ୍ଷୟ କୁମାର ମହାନ୍ତିଙ୍କୁ ‘ଶାନ୍ତିସୁଧା ସମ୍ମାନ -୨୦୨୨’ ରେ ସମ୍ମାନିତ କରାଯାଇଥିଲା। ପ୍ରତିଯୋଗିତାର ବିଚାରକ ଜୟଶ୍ରୀ ଧଳ ଓ ତାରାକାନ୍ତ ପରିଡ଼ାଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ଅଞ୍ଚଳି ତ୍ରିପାଠୀ ଓ ସଂପାଦିକା ନିବେଦିତା ଭଞ୍ଜ ଉପସ୍ଥିତ ଥିଲେ। ଚମକଚାନ୍ଦିନୀ ଦାଶ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର