ଭୁୁବନେଶ୍ୱର : ଉତ୍ତର ଦିଲ୍ଲୀ ମହାନଗର ନିଗମର ମେୟର ପ୍ରୀତି ଅଗ୍ରୱାଲ୍ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଭେଟିଛନ୍ତି। ଶ୍ରୀମତୀ ଅଗ୍ରଓ୍ଵାଲ ତାଙ୍କର ଏହି ସୌଜନ୍ୟମୂଳକ ସାକ୍ଷାତକାର ପରେ ବିଏମ୍ସି କର୍ପୋରେଟର ଏବଂ ଅଧିକାରୀଙ୍କୁ ଭେଟି ବିଏମ୍ସିର କାର୍ଯ୍ୟପ୍ରଣାଳୀ ବିଷୟରେ ବୁଝିଥିଲେ। ଏହାସହ ଉତ୍ତର ଦିଲ୍ଲୀ ମହାନଗର ନିଗମର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରଣାଳୀ କହିଥିଲେ। ସେହିପରି ମେୟର ଶ୍ରୀ ଜେନାଙ୍କ ଅନୁରୋଧରେ କର୍ପୋରେଟର ମାନସୀ ସୁନ୍ଦରରାୟ ଏକ ଦେଶାତ୍ମବୋଧକ ଗୀତ ଗାନ କରିଥିଲେ। କର୍ପୋରେଟର ସଂଜୟ ସେଠୀ ମନ୍ଦିର ମାଳିନୀ ସହର ବିଷୟରେ କହିଥିଲେ। ଶ୍ରୀମତୀ ଅଗ୍ରଓ୍ଵାଲ ତାଙ୍କ ଦୁଇ ଦିନିଆ ଗସ୍ତରେ ରବିବାର ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଆଜି ବିଏମ୍ସିର ଭେଣ୍ଡିଂ ଜୋନ୍ ବୁଲି ଦେଖିଥିଲେ।
ଭୁବନେଶ୍ୱରରେ ଉତ୍ତର ଦିଲ୍ଲୀର ମେୟର
/sambad/media/post_attachments/wp-content/uploads/2018/01/BMC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)