ଭୁବନେଶ୍ୱର: ନାଟ୍ୟ ସଂସ୍ଥା ଉତ୍ତରପୁରୁଷ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ୩ ଦିନ ଧରି ଚାଲିଥିବା ନାଟକ ପରିକ୍ରମା ଆଜି ଉଦ୍ଯାପିତ ହୋଇଯାଇଛି। ଆଜି ଶେଷ ସଂଧ୍ୟାରେ ଅଧ୍ୟାପକ ନାରାୟଣ ସାହୁଙ୍କ ରଚିତ ଓ ପ୍ରସନ୍ନ କୁମାର ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ ‘ଛାତ’ ମଞ୍ଚସ୍ଥ ହୋଇଥିଲା। ବୟୋବୃଦ୍ଧମାନେ କେବଳ ଆର୍ଥିକ ନୁହେଁ, ମାନସିକ ସାହରା ଇଚ୍ଛା କରନ୍ତି। ପରିବାରର କଳକଳ ପରିବେଶରେ ସେମାନେ ଅବସରକାଳୀନ ଯନ୍ତ୍ରଣା ଭୁଲି ଯାଆନ୍ତି। ସେମାନେ ଅପାରଗ କିମ୍ବା ଅଲୋଡ଼ା ନୁହଁନ୍ତି। ସେମାନେ ଘରର ଅଳଙ୍କାର। କିନ୍ତୁ ଏହି କଥାଟିକୁ ଆଜିର ଯୁବସମାଜ ଭୁଲି ଯାଉଥିବା ଦେଖାଯାଉଛି। ପରିଣତ ବୟସରେ ନିଜ ବାପା, ମା’ଙ୍କୁ ସେମାନେ ବୃଦ୍ଧାଶ୍ରମରେ ଛାଡ଼ିବାକୁ ତିଳେମାତ୍ର ଦ୍ବିଧା ପ୍ରକାଶ କରୁନାହାନ୍ତି। ଏଭଳି ସାମାଜିକ ତଥା ସମ୍ବେଦନଶୀଳ କଥାବସ୍ତୁକୁ ନେଇ ପରିବେଷିତ ନାଟକ ‘ଛାତ’ ଦର୍ଶକଙ୍କୁ କନ୍ଦାଇଥିଲା। ନାଟକରେ ଲକ୍ଷ୍ମୀ ନାରାୟଣ, ପବିତ୍ର, ଦେବଦତ୍ତ, ନିଶିକାନ୍ତ, ଅମିତ, ଅଜିତ, ଦେବଳେନ୍ଦୁ, ପ୍ରଣତି ଓ ପିହୁ ଅଭିନୟ କରିଥିଲେ। ଉଦ୍ଯାପନୀ ସନ୍ଧ୍ୟାରେ ଓଡ଼ିଶା ନାଟ୍ୟସଂଘ ସଭାପତି ହରେନ୍ ସାହୁ, ନାଟ୍ୟଚେତନା ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ, ନାଟ୍ୟକାର ଅଧ୍ୟାପକ ନାରାୟଣ ସାହୁ, ଉତ୍ତର ପୁରୁଷର ଉପସଭାପତି ଚିତ୍ତରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପାଦକ ଦେବଦତ୍ତ ପତି ସଭା ପରିଚାଳନା କରିଥିଲେ।
ଉତ୍ତର ପୁରୁଷ ନାଟକ ପରିକ୍ରମା ଉଦ୍ଯାପିତ: କନ୍ଦାଇଲା ‘ଛାତ’
/sambad/media/post_attachments/wp-content/uploads/2022/01/5456gad465gd456ggdgdggdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)