ମୋଦୀଙ୍କ ଖାଦ୍ୟ ପାଇଁ ସରକାରୀ ତହବିଲରୁ ଟଙ୍କାଟିଏ ବି ଖର୍ଚ୍ଚ ହୁଏ ନାହିଁ: ଆର୍‌ଟିଆଇ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନଙ୍କୁ ଅନେକ ପ୍ରକାର ସରକାରୀ ସୁବିଧା ମିଳେ। କିନ୍ତୁ ପ୍ରଧାନମନ୍ତ୍ରୀ ସେସବୁ ସୁବିଧା ନେଉଛନ୍ତି ବୋଲି କୁହାଯାଇ ନ ପାରେ। ଏକ ଆର୍‌ଟିଆଇ ଉତ୍ତର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଖାଇବା ଖର୍ଚ୍ଚ ନିଜ ହାତରୁ ଦିଅନ୍ତି, ସରକାରୀ ତହବିଲରୁ ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ ହୁଏ ନାହିଁ। ସୂଚନା ଅଧିକାର ଆଇନ ଅନୁସାରେ ଏ ସମ୍ପର୍କରେ ମଗାଯାଇଥିବା ତଥ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସଚିବ ବିନୋଦ ବିହାରୀ ସିଂହ ଉତ୍ତରରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ପାଇଁ ସରକାରୀ ବଜେଟରୁ ଟଙ୍କାଟିଏ ବି ଖର୍ଚ୍ଚ ହୁଏ ନାହିଁ। ବର୍ତ୍ତମାନର ସରକାର ସଂସଦ ଭବନରେ ଥିବା କ୍ୟାଣ୍ଟିନକୁ ନେଇ ଅନେକ ସଂସ୍କାର କରିଛନ୍ତି। ୨୦୨୧ ଜାନୁଆରି ୧୯ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପାର୍ଲାମେଣ୍ଟ କ୍ୟାଣ୍ଟିନରେ ସାଂସଦମାନଙ୍କୁ ଦିଆଯାଉଥିବା ସବ୍‌ସିଡ଼ିକୁ ଉଠାଇ ଦେଇଛନ୍ତି। ୨୦୨୧ ପୂର୍ବରୁ ଏହି କ୍ୟାଣ୍ଟିନରେ ସାଂସଦମାନଙ୍କ ପାଇଁ ସବ୍‌ସିଡ଼ିରେ ୧୭ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା।

ସମ୍ବନ୍ଧିତ ଖବର