ନଟ୍‌ ଖଟ୍‌ ରୋମିଓର ମୁହୁରତ୍‌

ପୁରୁଣା ଭୁବନେଶ୍ୱର: ଶିବ ନାରାୟଣ ନନ୍ଦ ପ୍ରଯୋଜିତ ଓ ବାବା ଜାଗେଶ୍ୱରୀ ମୁଭି ପ୍ରସ୍ତୁତି ରୋସନ୍‌ ଓ ଲିପିକାଙ୍କ ପ୍ରେମ କାହାଣୀକୁ ନେଇ ନୂଆ ଚଳଚ୍ଚିତ୍ର ‘ନଟ୍‌ ଖଟ୍‌ ରୋମିଓ’ର ଶୁଭ ମହୁରତ୍‌ ହୋଇଯାଇଛି। ରତିକାନ୍ତ ସାହୁ଼ଙ୍କ କାହାଣୀ ଓ ନିର୍ଦେଶନାରେ ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ବୈଦ୍ୟନାଥ ଦାଶ ସଂଗୀତ ନିର୍ଦେଶନା ଦେବେ। ଗୀତିକାର ଅରୁଣ ମନ୍ତ୍ରୀ ଓ ନିର୍ମଳ ନାୟକଙ୍କ ଗୀତର ଯାଦୁ ଏଥିରେ ଶୁଣିବାକୁ ମିଳିବ। ସତ୍ୟଜିତ୍‌, ସଞ୍ଜୁ, ହ୍ୟୁମାନ ସାଗର, ଦୀପ୍ତି ଓ ତାରିକ୍‌ ଅଜିଜ୍‌ ଏଥିରେ କଣ୍ଠଦାନ କରିବା ସହ ରଞ୍ଜନ ଖଟେଇ ଏହାକୁ ସମ୍ପାଦନା କରିବେ। ଏହାର ଡିଓପି ପ୍ରଦୀପ ସାହୁ କରିଥିବା ବେଳେ ଏଜେ ସାହୁ ଏହାର ସଂଳାପ ଲେଖିଛନ୍ତି। ଆଜି ମଧ୍ୟାହ୍ନରେ ଅନୁଷ୍ଠିତ ଭୀମଟାଙ୍ଗୀ ଭୀମେଶ୍ୱର ମନ୍ଦିରଠାରେ ଚଳଚ୍ଚିତ୍ରର ମହୁରତ୍‌ ହୋଇଥିଲା। ଆଗାମୀ ଦିନରେ ଏହାର ସୁଟିଂ ରାଜ୍ୟ ବାହାରେ କରାଯିବ। ଚଳଚ୍ଚିତ୍ର ନିର୍ମାଣ ପାଇଁ ୭୦ଲକ୍ଷ ଟଙ୍କାର ବଜେଟ୍‌ ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର