ପୁଣି ବନ୍ଧା ହେଲା କୁଖ୍ୟାତ ସେକ୍‌ ଅବଦୁଲ୍ଲା, ୭୧ ମାମଲାରେ ୨୦ଥର ଯାଇଛି ଜେଲ୍‌

ଚନ୍ଦ୍ରଶେଖରପୁର : ପୂର୍ବରୁ ୭୦ଟି ଚୋରି ମାମଲାରେ ୧୯ ଥର ଜେଲ୍‌ ହାଜତ ଯାଇଥିବା କୁଖ୍ୟାତ୍ ସେକ୍‌ ଅବଦୁଲ୍ଲା(୪୫)କୁ ପୁଣି ଥରେ ଗିରଫ କରିଛି ଇନ୍‌ଫୋସିଟି ଥାନା ପୁଲିସ। ଏଥର ତା’ଠାରୁ ୪ଟି ଏସି କମ୍ପ୍ରେସର ଜବତ କରାଯାଇଛି ଓ ଜାମିନ୍‌ ଆବେଦନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନାନୁସାରେ ଇନ୍‌ଫୋସିଟି ଥାନା ସାଇ ବନଫୁଲ ବସ୍ତିରେ ରହୁଥିବା ସେକ୍ ଅବଦୁଲ୍ଲା ଜଣେ ପେସାଦାର ଚୋର। ତା’ର ଏକ ଛୋଟକାଟିଆ ଗ୍ୟାଙ୍ଗ୍‌ ମଧ୍ୟ ରହିଛି। କୌଣସି ଘରେ କେହିନଥିବା ସୁଯୋଗ ଉଣ୍ଡି ସେ ଉକ୍ତ ଘରର ତାଲା କାଟି ଚୋରି କରେ। ନିକଟରେ ସ୍ଥାନୀୟ ଅଞ୍ଚଳର ଜଣେ ଶିଳ୍ପପତିଙ୍କ ଘର ବାହାରେ ଲାଗିଥିବା ଏସି କମ୍ପ୍ରେସର୍ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ପୁଲିସ ସେକ୍ ଅବଦୁଲ୍ଲା ଉପରେ ସନ୍ଦେହ କରିଥିଲା ଓ ପରେ ସିସିଟିଭି ଫୁଟେଜ୍‌ରେ ମଧ୍ୟ ତାକୁ ଚିହ୍ନି ହୋଇଥିଲା। ଗତକାଲି ତା’ଘରେ ଚଢ଼ଉ କରିବା ପରେ ୪ଟି ଏସି କମ୍ପ୍ରେସର ସହ ଆଉ କିଛି ଦାମୀ ଉପକରଣ ମିଳିଥିଲା। ଶିଳ୍ପପତିଙ୍କ ଘରୁ ଚୋରି କରିଥିବା ସେ ସ୍ବୀକାର କରିଛି। ରାଜଧାନୀର ବିଭିନ୍ନ ଥାନାରେ ତା ନାଁରେ ବହୁ ଚୋରି ମାମଲା ରହିଛି।

ସମ୍ବନ୍ଧିତ ଖବର