କୁଖ୍ୟାତ ଚୋର ରାଜୁ, ସମୀର ଗିରଫ; ଚୋରି ଗହଣା, ମୋବାଇଲ୍‌ ଜବତ

ଚନ୍ଦ୍ରଶେଖରପୁର : ମଉକା ପାଇବା ମାତ୍ରେ ଘରେ ପଶି କଳାକନା ବୁଲାଇ ଦେଉଥିବା ୨ କୁଖ୍ୟାତ୍ ଚୋରଙ୍କୁ ଗିରଫ କରିଛି ମୈତ୍ରୀବିହାର ଥାନା ପୁଲିସ। ଅଭିଯୁକ୍ତଦ୍ୱୟ ହେଲେ ସାଲିଆସାହିରେ ରହୁଥିବା ଗଞ୍ଜାମର ଜି. ରାଜୁ ରେଡ୍ଡୀ ଓ ସମୀର ସାହୁ। ପୁଲିସ ସେମାନଙ୍କଠାରୁ ୫ ହଳ ସୁନା କାନଫୁଲ, ୨ ଟି ମୁଦି, ଗୋଟିଏ ସୁନା ଚେନ, ୩ ସୁନା ଲକେଟ୍‌, ୬ ଟି ରୁପା ମୁଦି ଓ ଗୋଟିଏ ବ୍ରେସ୍‌ଲେଟ ଏବଂ ହଳେ ପାଉଜି ଜବତ କରିଛି। ସେହିପରି ସେମାନଙ୍କଠାରୁ ୭ଟି ଚୋରା ମୋବାଇଲ ଫୋନ୍‌ ଜବତ କରାଯାଇଛି।

ସୂଚନାନୁସାରେ ସୋମବାର ସକାଳେ ଏକ ଜରୁରୀ କାମରେ ଅଜୟ ଓ ତାଙ୍କ ସ୍ତ୍ରୀ ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ। କାମ ସାରି ସନ୍ଧ୍ୟାରେ ସେମାନେ ଘରକୁ ଫେରିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। କବାଟ ଖୋଲାଥିବା ଦେଖି ସେମାନେ ଚୋରି ହୋଇଥିବା ସନ୍ଦେହରେ ଭିତରକୁ ଯାଇ ଦେଖନ୍ତି ଯେ ଆଲ୍‌ମିରା ଭାଙ୍ଗି ଦୁର୍ବୃତ୍ତମାନେ ସବୁ ଅଳଙ୍କାର ଚୋରି କରି ନେଇଛନ୍ତି। ସେ ତୁରନ୍ତ ମୈତ୍ରୀବିହାର ଥାନାକୁ ଜଣାଇଥିଲେ। ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ସେଥିରୁ କୁଖ୍ୟାତ ସିନ୍ଧିଚୋର ରାଜୁକୁ ପୁଲିସ ସହଜରେ ଚିହ୍ନିପାରିଥିଲା। ପୂର୍ବରୁ ‌େସମାନଙ୍କ ନାଁରେ ବିଭିନ୍ନ ଥାନାରେ ୬ଟି ଚୋରି ମାମଲା ରହିଛି।

ସମ୍ବନ୍ଧିତ ଖବର