ଭୁବନେଶ୍ୱର: ଓଡ଼ିଶାକୁ ପୁଣିଥରେ ବିଶ୍ୱସ୍ତରରେ ପରିଚିତ କରିଛନ୍ତି ଓଡ଼ିଶାର ଦୁଇ ଜଣ ଯୁବ ପ୍ରତିଭା। ୟୁରୋପର ଉଚ୍ଚତମ ପର୍ବତ ମାଉଣ୍ଟ ଏଲବ୍ରସ୍ ଆରୋହଣ କରିବାରେ ସଫଳତା ହାସଲ କରିଛନ୍ତି ସାମ୍ ପଶୁପାଳକ ଓ ସୁମିତ ପଶୁପାଳକ। ଏକ ସପ୍ତାହର କଷ୍ଟସାଧ୍ୟ ଯାତ୍ରା ପରେ ସେମାନେ ଗତ ସେପ୍ଟେମ୍ବର ୮ ପୂର୍ବାହ୍ନ ୧୦ଟାରେ ପର୍ବତର ଶୀର୍ଷରେ ପହଞ୍ଚିଥିଲେ। ଏହି ପର୍ବତ ସମୁଦ୍ର ପତ୍ତନଠାରୁ ୫୬୪୨ ମିଟର ଉଚ୍ଚରେ ଥିବା ବେଳେ ଏଠାକାର ତାପମାତ୍ରା ମାଇନସ୍ ୨୫ ଡିଗ୍ରି ସେଲସିଅସ୍ ରହୁଛି। ଏତେ କମ୍ ତାପମାତ୍ରାରେ ସେମାନେ ଭାରତର ଜାତୀୟ ପତାକା ଉଡ଼ାଇ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହାପୂର୍ବରୁ ସାମ୍ ପଶୁପାଳକ ଆଫ୍ରିକାର ଉଚ୍ଚତମ ପର୍ବତ ଶିଖର କିଲିମାଞ୍ଜାରୋ ଆରୋହଣ କରିବାର ସଫଳତା ହାସଲ କରିଥିଲେ। ସେହିପରି ସୁମିତ୍ କାନାଡ଼ାସ୍ଥିତ ଓଟାରଠାରେ ଥିବା ଏକ ଷ୍ଟାର୍ଟଅପ୍ କମ୍ପାନିରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଏବେ କାର୍ଯ୍ୟ କରୁଛନ୍ତି। ଏହି ଦୁଇ ଉଦୀୟମାନ ଯୁବକ ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ଠାରେ ଥିବା ବିଜୁ ପଟ୍ଟନାୟକ ବିଜ୍ଞାନ କଲେଜର ଅଧ୍ୟକ୍ଷା ନମିତା ପଶୁପାଳକ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୁପୁତ୍ର ଅଟନ୍ତି।
ମାଉଣ୍ଟ ଏଲବ୍ରସ୍ ଆରୋହଣ କଲେ ଓଡ଼ିଆ ଯୁବକ
/sambad/media/post_attachments/wp-content/uploads/2018/09/pasupalak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)