ଆରମ୍ଭ ହେଲା ନୃତ୍ୟ ମହୋତ୍ସବ ‘ନୃତ୍ୟମ୍ବଦା’

ଭୁବନେଶ୍ବର : ଓଡ଼ିଶା ଡ୍ୟାନ୍ସ ଏକାଡେମିର ୩୫ତମ ବାର୍ଷିକ ନୃତ୍ୟ ମହୋତ୍ସବ ‘ନୃତ୍ୟମ୍ବଦା’ ଆଜି ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଏକାଡେମିର ଛାତ୍ରୀମାନେ ବିନାୟକ ଜେନା ଓ ଶ୍ରୁତି ବେହେରାଙ୍କ ନୃତ୍ୟ ନିର୍ଦେଶନା ଓ ପ୍ରଦୀପ କୁମାର ଦାଶଙ୍କ ସଙ୍ଗୀତ ସ˚ଯୋଜନାରେ ଗୁରୁ ବ୍ରହ୍ମା… ପରିବେଷଣ କରିଥିଲେ। ଏଥିରେ ସହଯୋଗ କରିଥିଲେ ସୀତାକାନ୍ତ ବେହେରା। ପରେ ଦୀପକ କୁମାର ଜେନା, ଚିନ୍ମୟ ବେହେରା ଓ ହିମା˚ଶୁ କୁମାର ରାୟଙ୍କ ନୃତ୍ୟ ସ˚ଯୋଜନାରେ ‘ସୁନ୍ଦରୀ ଓଡ଼ିଶା’ ପରିବେଷିତ ହୋଇଥିଲା। ଏହାପରେ ସମ୍ବଲପୁରୀ ନୃତ୍ୟରେ ଦୁଲୁକିଥିଲା ମଞ୍ଚ। ଭଗବାନ ବିଷ୍ଣୁଙ୍କ ଦଶାବତାରକୁ ନେଇ ‘କ୍ରୀଷ୍ଣାୟତୁଭ୍ୟମ୍‌ ନମଃ’ ବେଶ୍‌ ଚମତ୍କାର ହୋଇଥିଲା। ଏହାପରେ ଗୁରୁ ଯୁଧିଷ୍ଠିର ନାୟକ ଓ ବିଜନ କୁମାର ପଲାଇଙ୍କ ନୃତ୍ୟ ନିର୍ଦେଶନାରେ ପଲ୍ଲବୀ ପରିବେଷିତ ହୋଇଥିଲା। ଯାହା ରାଗ ଆରଭୀ ଓ ତାଳ ଏକ ତାଳି ଉପରେ ଆଧାରିତ ଥିଲା।

ଶେଷରେ ଗୋଟିପୁଅ ନୃତ୍ୟ, ଶଙ୍କରାଭରଣମ୍‌ ପଲ୍ଲବୀ, ରୁଦ୍ରାବତାର ଆଦି ପରିବେଷିତ ହୋଇଥିଲା। ପଦ୍ମଶ୍ରୀ ଅରୁଣା ମହାନ୍ତି, ମଧୁସ୍ମିତା ମହାନ୍ତି ଓ ସିଦ୍ଧାର୍ଥ ମହାନ୍ତି ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର