ଜାହ୍ନବୀଙ୍କ ଏକକ ନୃତ୍ୟନାଟିକା

ଭୁବନେଶ୍ୱର : ଇଣ୍ଡିଆନ୍‌ କାଉନସିଲ ଫର କଲଚରାଲ ରିଲେସନ୍ସ ଏବଂ ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ଅନୁଷ୍ଠିତ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୃତ୍ୟାଙ୍ଗନା ଜାହ୍ନବୀ ବେହେରା ଯୋଗ ଦେଇ ଏକକ ନୃତ୍ୟ ପରିବେଷଣ କରିଥିଲେ। ବର୍ଷାଭିସାର ନୃତ୍ୟାଭିନୟ ପରିବେଷଣ କରି ସେ ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବର୍ଷା ଅନୁଭୂତି ଆଣି ଦେଇଥିଲେ। ଗୁରୁ ଅରୁଣା ମହାନ୍ତି ନୃତ୍ୟ ନିର୍ଦେଶନା ଦେଇଥିଲେ। ଶେଷରେ ନବରସ ପରିବେଷଣ ସହ ଜାହ୍ନବୀ ମଞ୍ଚରୁ ବିଦାୟ ନେଇଥିଲେ। ପ୍ରିୟମ୍ବଦା ମହାନ୍ତି ହେଜିମାଦି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଆଇସିସିଆର ଆଞ୍ଚଳିକ କାର୍ଯ୍ୟାଳୟ ମୁଖ୍ୟ ବଲବୀର ସିଂହ ଉପସ୍ଥିତ ଥିଲେ। ସିନ୍ଧୁ ବ୍ରାଉନି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର