ଭୁବନେଶ୍ୱର : ଭକ୍ତି ଓ ସମର୍ପଣ ଭାବରେ ମଗ୍ନ ଥିଲେ ନୃତ୍ୟଶିଳ୍ପୀ। ନୃତ୍ୟ ମାଧ୍ୟମରେ ବର୍ଣ୍ଣନା କରି ଚାଲିଥିଲେ ମା’ ଦୁର୍ଗାଙ୍କ ଉର୍ଜା, ଶକ୍ତି ଓ ସୌନ୍ଦର୍ଯ୍ୟକୁ। ନୃତ୍ୟଶିଳ୍ପୀଙ୍କ ନିଚ୍ଛକ ପରିବେଷଣ ଦର୍ଶକଙ୍କୁ ଦେବୀଙ୍କ ନିକଟରେ ଭକ୍ତିଅର୍ଘ୍ୟ ଢାଳିବାକୁ ବାଧ୍ୟ କରିଥିଲା। ଏହିଭଳି ଭାବେ ‘ଦେବୀ ସ୍ତୁତି’ରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ଅନୁଷ୍ଠାନ ‘ଦେବଦାସୀ’ର ଚତୁର୍ଦ୍ଦଶ ବାର୍ଷିକ ନୃତ୍ୟୋତ୍ସବ ‘ନୃତ୍ୟାଞ୍ଜଳି’ର ପ୍ରଥମ ସଂଧ୍ୟା। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଆୟୋଜିତ ଏହି ଉତ୍ସବରେ ପରେ ପରେ ‘ଗୁରୁ ବ୍ରହ୍ମା’, ରାଗ ହିନ୍ଦୋଳରେ ‘ପଲ୍ଲବୀ’, ପଲ୍ଲୀ ନୃତ୍ୟ, ନ ଯା ଯମୁନା.., ମୋକ୍ଷ ଓ ସମ୍ବଲପୁରୀ ନୃତ୍ୟ ଆଦି ପରିବେଷିତ ହୋଇଥିଲା। କ୍ଷୁଦ୍ର ଶିଳ୍ପ ବିଭାଗର ନିର୍ଦ୍ଦେଶକ ରତ୍ନାକର ରାଉତ, ଗୁରୁ ବିଜୟ କୁମାର ଜେନା ଓ ଗୁରୁ ରମେଶ ଚନ୍ଦ୍ର ଦାଶ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବକୁ ଦେବଦାସୀର ସମ୍ପାଦିକା ରୋଜାଲିନ ମହାପାତ୍ର ଓ ଅନୁଷ୍ଠାନର ସଦସ୍ୟ ଅକ୍ଷୟ କୁମାର ନାୟକ ପରିଚାଳନା କରିଥିଲେ।
ଆରମ୍ଭ ହେଲା ‘ନୃତ୍ୟାଞ୍ଜଳି’
/sambad/media/post_attachments/wp-content/uploads/2018/05/dance.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)