କିସ୍‌ ବୁଲି ଦେଖିଲେ ଏନ୍‌ଏସ୍‌ଜି ଟିମ୍‌

ଚନ୍ଦ୍ରଶେଖରପୁର : ଏନ୍‌ଏସ୍‌ଜିର ଯବାନମାନେ କିସ୍‌’ ପରିଦର୍ଶନରେ ଆସି ବିଶ୍ୱର ପ୍ରଥମ ଆଦାବାସୀ ଆବାସିକ ବିଶ୍ୱବିଦ୍ୟାଳୟ ବୁଲି ଦେଖିଥିଲେ। ଯବାନମାନଙ୍କ ଏକ ସ୍ୱତନ୍ତ୍ର ବୁଲେଟ୍‌ ଦଳ ଭୁବନେଶ୍ୱର ବାଟାଲିଅନ୍‌ରୁ ବାହାରି ନନ୍ଦନକାନନ ଚନ୍ଦ୍ରଶେଖରପୁର ରାସ୍ତା ଦେଇ କିସ୍‌’ରେ ପହଞ୍ଚିବା ପରେ ସେମାନଙ୍କୁ କିସ୍‌’ର ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିଲେ। ପରେ ଯବାନମାନେ କିସ୍‌’ ସଭାଗୃହରେ ଏକାଠି ହୋଇଥିବା ହଜାର ହଜାର ଛାତ୍ରଛାତ୍ରୀମାନଙ୍କ ସହ ବାର୍ତାଳପ କରିଥିଲେ। ଦେଶର ସୁରକ୍ଷାନେଇ ଯବାନମାନେ ସେମାନଙ୍କ ଅନୁଭୂତି ଛାତ୍ରଛାତ୍ରୀମାନଙ୍କ ଆଗରେ ବାଣ୍ଟିବାସହ ସେମାନଙ୍କୁ ଦେଶ ସେବାରେ ଯୋଗ ଦେବାପାଇଁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦେଶର ଏହି ବୀରପୁତ୍ରଙ୍କୁ କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧିତ ଖବର