ବାଣୀବିହାରରେ ଏନ୍‌ଏସ୍‌ଏସ୍‌ର ସ୍ୱତନ୍ତ୍ର ଅଧିବେଶନ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ଫାର୍ମାସି ବିଭାଗ ପକ୍ଷରୁ ଏନ୍‌ଏସ୍‌ଏସ୍‌ର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ରସାୟନ ବିଭାଗର ଅଧ୍ୟାପକ ଡ. ରଣଜିତ୍‌ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିଜି କାଉନସିଲ୍‌ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ପରିଷଦର ମୁଖ୍ୟ କବୀର ମୋହନ ସେଠୀ, ଏନ୍‌ଏସ୍‌ଏସ୍‌ ବିଭାଗୀୟ ଅଧିକାରୀ କାର୍ତ୍ତିକମୋହନ ମଲ୍ଲିକ, ଫାର୍ମାସି ବିଭାଗର ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଏନ୍‌ଏସ୍‌ଏସ୍‌ର ମୌଳିକ ଚିନ୍ତାଧାରା, ଲକ୍ଷ୍ୟ, କାର୍ଯ୍ୟକାରିତା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର