ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ସମସ୍ୟାକୁ ସମାଧାନ କରିଥିବାରୁ ଜିଲ୍ଲାପାଳଙ୍କୁ ମହାବୀର ପୂଜାକମିଟି ପକ୍ଷରୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର: ନୂଆପଲ୍ଲୀ ଓ୍ଵାର୍ଡ ନମ୍ବର ୩୯ ଅଧିନରେ ଥିବା ନୂଆସାହିର ଏଚ.ଡି.ଏଫ୍‌.ସି ବ୍ୟାଙ୍କ ଛକଠାରୁ ମହାବୀର ପୂଜାମଣ୍ଡପ ରାସ୍ତା ମଝିରେ ୨୦ରୁ ଉର୍ଧ୍ୱ ଇଲେକ୍ଟ୍ରି ପୋଲ ରହିଥିଲା। ଯାହାଫଳରେ ସାଧାରଣ ଜନତା ଯାତାୟାତରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଭନ୍ନ ସମୟରେ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଥିବା ଖବର ମିଳୁଥିଲା। ତେଣୁ ଏହି ବିଦ୍ୟୁତ ଖୁଣ୍ଟକୁ ସ୍ଥାନାନ୍ତରଣ ପାଇଁ ବାରମ୍ବାର ସ୍ଥାନୀୟ ଲୋକ ପ୍ରତିନିଧି ଓ ସ୍ଥାନୀୟ ବିଧାୟକ ଏବଂ ସେସୁର ଏଗଜିକ୍ୟୁଟିଭ୍‌ ଇଞ୍ଜିନିୟଙ୍କୁ ଅନୁରୋଧ କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା।

ଅନ୍ୟପକ୍ଷରେ ଦଶହରା ପୂର୍ବରୁ କମିଶନରେଟ ପୁଲିସ ଏକ ବୈଠକ ଡାକି ଥାଆନ୍ତି। ଏହି ବୈଠକରେ ସମସ୍ତ ପୂଜା କମିଟିର ସମସ୍ୟା ଉପସ୍ଥାପନା କରାଯାଇଥାଏ। ତେବେ ଏହି ବୈଠକରେ ନୂଆସାହିର ମହାବୀର ପୂଜା କମିଟି ତରଫରୁ ଦୀର୍ଘ ବର୍ଷ ହେଲାଣି ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କରିବା ପାଇଁ ଉକ୍ତ ବୈଠକରେ ପୂଜା କମିଟିର ପଦାଧୀକାରୀ ଅନୁରୋଧ କରିଥିଲେ। ଚଳିତ ବର୍ଷ ବି ଏହି ସମସ୍ୟା ଉପସ୍ଥାପନା କରିବା ପରେ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଏହାକୁ ଗୁରୁତ୍ୱର ସହ ନେଇଥିଲେ। ଫଳରେ ନୂଆସାହି ମହାବୀର ପୂଜାକମିଟିର ସମସ୍ତ ସମସ୍ୟା ପୂଜା ଭିତରେ ସମାଧାନ ହୋଇଯାଇଥିଲା। ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରି ସାମଜସେବୀ ତଥା ନୂଆସାହି ମହାବୀର ପୂଜା କମିଟିର କାର୍ଯ୍ୟକାରୀ ସଭାପତି ମିଲନ୍‌ କୁମାର ପାଇକରାୟଙ୍କ ନେତୃତ୍ୱରେ ଏକ ଆଠ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍‌ ଜିଲ୍ଲାପାଳଙ୍କ କ୍ୟାମ୍ପ ଅଫିସରେ ଜିଲ୍ଲାପାଳଙ୍କୁ ଭେଟି ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ।

 

ସମ୍ବନ୍ଧିତ ଖବର