ଭୁବନେଶ୍ବର: ଆଜି ସନ୍ଧ୍ୟାରେ ନୂଆଗାଁ ଛକରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ରାସ୍ତା ଆଲୋକୀକରଣ ବ୍ୟବସ୍ଥାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଲୋକାର୍ପଣ କରିଛନ୍ତି। ଏହି ଆଲୋକୀକରଣ ପାଇଁ ପ୍ରାୟ ୨୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୨ କିଲୋମଟର ରାସ୍ତା ଆଲୋକିତ ହୋଇପାରିଛି।
ଏହାଦ୍ବାରା ଶିଶୁପାଳଗଡ଼, ଲିଙ୍ଗିପୁର, ଇନ୍ଦିରା କଲୋନି, ନାଥପୁର, ଗଙ୍ଗୋତ୍ରୀ ନଗର, ଇଟିପୁର, ଟିକରପଡ଼ା, ଧଉଳି ଗ୍ରାମପଞ୍ଚାୟତର ଜନସାଧାରଣ ଉପକୃତ ହେବେ। କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ସରପଞ୍ଚ ରଶ୍ମିରଞ୍ଜନ ଶ୍ରୀଚନ୍ଦନ, କ୍ଷୀରୋଦ ପ୍ରଧାନ, ସମିତି ସଭ୍ୟ ବିନୋଦ ରାଉତରାୟ, ପ୍ରକାଶ ସାହୁ, ରଞ୍ଜିତ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/34-18.jpg)