କୁଲତା ସମାଜ କଲ୍ୟାଣ ସଙ୍ଗଠନର ନୂଆଁଖାଇ ଭେଟ୍‌ଘାଟ୍‌

ଭୁବନେଶ୍ୱର: ଭୁବନେଶ୍ୱରର କୁଲତା ସମାଜ କଲ୍ୟାଣ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଡିପ୍ଲୋମା ଇଂଜିନିୟର୍ସ ସଂଘର ସମ୍ମିଳନୀ କକ୍ଷରେ ନୂଆଁଖାଇ ଭେଟ୍‌ଘାଟ୍ ଅନୁଷ୍ଠିତ ହୋଇଯାଇଛି। ସକାଳେ କୁଲତା ସମାଜର ଇଷ୍ଟଦେବୀ ମା’ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ପରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ସଙ୍ଗଠନର ପୂର୍ବତନ ଉପଦେ‌ଷ୍ଟା ତଥା ପ୍ରତ୍ନତତ୍ତ୍ବବିତ୍‌ ଦେବରାଜ ପ୍ରଧାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା। ସଭାପତି ସୁଶାନ୍ତ କୁମାର ପ୍ରଧାନ, ସଙ୍ଗଠନର ମୁଖ୍ୟ ପୃଷ୍ଠପୋଷକ ତ୍ରିବିକ୍ରମ ପ୍ରଧାନ, ଉପଦେଷ୍ଟା ଜଗଦୀଶ ପ୍ରଧାନ, ମାଧବ ଚନ୍ଦ୍ର ପ୍ରଧାନ ଏବଂ ଶିକ୍ଷାବିତ୍ ଅର୍ଜୁନ ସାହୁ କୁଲତା ଜାତିର ଇତିହାସ ଏବଂ ସଙ୍ଗଠନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ।

ସଙ୍ଗଠନର ସାଧାରଣ ସଂପାଦକ ମହେନ୍ଦ୍ର କୁମାର ବଢ଼ାଇ ବାର୍ଷିକ ବିବରଣୀ ପାଠ କରିଥିଲେ। ବରିଷ୍ଠ ସାମ୍ବାଦିକ ଅଶୋକ ପ୍ରଧାନ, ଯୁବ ଲେଖକ କ୍ଷେତ୍ରବାସୀ ନାଏକ ଏବଂ ସିମ୍‌ରନ୍ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପଦ୍ମପୁରର ସଙ୍ଗୀତ ସମିତି ଅନୁଷ୍ଠାନ ଲୋକନୃତ୍ୟ ପରିବେଷଣ କରିଥିବା ବେଳେ ପିଲାମାନଙ୍କୁ ନେଇ ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜୟଜଗତ ସାହୁ, କ୍ଷୀରସାଗର ଦୁଆନ, ତୀର୍ଥବାସୀ ସାହୁ, ସୁନୀଲ କୁମାର ପ୍ରଧାନ, ସରୋଜ ସାହୁ, ଶଙ୍କର ପ୍ରଧାନ, ସନ୍ତୋଷ ନାଏକ, ମଂଜୁଶ୍ରୀ ବଢ଼ାଇ, ସ୍ନିଗ୍ଧାରାଣୀ ସାହୁ, ତାପସୀ ପ୍ରଧାନ ଏବଂ ବିନତା ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର