ଦିନକରେ ୬୮୩ ଚିହ୍ନଟ, ଜଣେ ମୃତ; ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ଟପିଲା

ଭୁବନେଶ୍ବର : ଉପରମୁହାଁ ଥିବା ରାଜଧାନୀର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଟିକେ କମିଛି। ଶନିବାର ସଟ୍‌ଡାଉନ୍ ଯୋଗୁଁ କୋଭିଡ୍‌ ପରୀକ୍ଷା କମିଥିବାରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା କୁହାଯାଉଛି। ଶନିବାର ୭୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୬୮୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୩୩୨ଜଣ ସୁସ୍ଥ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୧୩ରେ ପହଞ୍ଚିଛି। ଆଜି ଜଣଙ୍କର କରୋ‌ନାରେ ମୃତ୍ୟୁ ହେବା ପରେ ମୋଟ ମୃତକଙ୍କ ସଂଖ୍ୟା ୨୫୨ ହୋଇଛି।

ଆଜି ଚିହ୍ନଟ ହୋଇଥିବା ୬୮୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୭୬ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ୧୦୭ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ସବୁଠୁ ଅଧିକ ଆକ୍ରାନ୍ତ ଖଣ୍ଡଗିରିରୁ ଚିହ୍ନଟ ହୋଇଛନ୍ତି। ଏଠାରେ ୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୮ଜଣ ସ୍ଥାନୀୟ ସଂକ୍ରମିତ ଓ ୧୦ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି।

ଆଜି ବରମୁଣ୍ଡାରୁ ୩୪ଜଣ, ମଞ୍ଚେଶ୍ବରରୁ ୨୨, ନୂଆପଲ୍ଲୀରୁ ୩୪, ପୁରୁଣା ଭୁବନେଶ୍ବରରୁ ୩୨, ସହିଦନଗରରୁ ୧୫, ପଟିଆରୁ ୩୦, ପାତ୍ରପଡ଼ାରୁ ୧୩, ପଳାସୁଣିରୁ ୮, ଲକ୍ଷ୍ମୀସାଗରରୁ ୨୧, ଚନ୍ଦ୍ରଶେଖରପୁରରୁ ୨୧, ସୁନ୍ଦରପଦାରୁ ୧୩, ସୌଭାଗ୍ୟ ନଗରରୁ ୯, ପୋଖରୀପୁଟରୁ ୬, ପାତ୍ରପଡ଼ାରୁ ୧୩, ନୀଳାଦ୍ରିବିହାରରୁ ୧୧, ଜୟଦେବ ବିହାରରୁ ୧୨, ଟଙ୍କପାଣି ରୋଡ୍‌ରୁ ୭, ୟୁନିଟ-୧ରୁ ୫, ୟୁନିଟ-୨ରୁ ୬, ୟୁନିଟ-୬ରୁ ୧୭, ୟୁନିଟ-୮ରୁ ୧୨, ୟୁନିଟ-୯ରୁ ୬ ଓ ଭିଏସ୍‌ଏସ୍‌ ନଗରରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ୍ ରାଜଧାନୀର ବିଭିନ୍ନ ସ୍ଥାନରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୯୯୨୦ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର