ଭୁବନେଶ୍ୱର : ଆଜି ରାଜଧାନୀରେ ମୋଟ୍ ୩୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୯୨ଜଣ ସୁସ୍ଥ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୭୦ଜଣ ସଙ୍ଗରୋଧରେ ଥିବାବେଳେ ୨୫୬ଜଣ ସ୍ଥାନୀୟ ସଂକ୍ରମିତ। ଆଜି ୪ଜଣଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨୧୯ରେ ପହଞ୍ଚିଛି। ଏବେ ୩୬୧୨ଜଣ ଚିକିତ୍ସାଧୀନ ଅଛନ୍ତି। କରୋନା ମୃତକଙ୍କ ସଂଖ୍ୟା ୮୦ ଛୁଇଁଛି। ବିଏମ୍ସିର ସୂଚନା ଅନୁଯାୟୀ, ପଟିଆରୁ ୨୦ଜଣ, ୟୁନିଟ-୮ରୁ ୫, ୟୁନିଟ-୯ରୁ ୧୪, ଜଗନ୍ନାଥ ବିହାରରୁ ୪, ଭିଏସ୍ଏସ୍ନଗରରୁ ୫, ବ୍ରହ୍ମେଶ୍ବର ପାଟଣାରୁ ୮, ଶୈଳଶ୍ରୀବିହାରରୁ ୬, ଚନ୍ଦ୍ରଶେଖରପୁରରୁ ୭, ପୁରୁଣା ଭୁବନେଶ୍ବରରୁ ୮, ବରମୁଣ୍ଡାରୁ ୧୨, ରସୁଲଗଡ଼ରୁ ୭, ନୂଆପଲ୍ଲୀରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବାଲିଅନ୍ତା : ଚାଳକ ଅସୁସ୍ଥ,କୋଭିଡ୍, ଆମ୍ବୁଲାନ୍ସ ସେବା ଠପ୍
ବାଲିଅନ୍ତା : ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯୋଗାଇ ଦିଆଯାଇଥିବା ଆମ୍ବୁଲାନ୍ସ ସେବା ଠପ୍ ହୋଇଯାଇଛି। ଗତକାଲି ଅପରାହ୍ନ ୩ଟା ସମୟରେ ପଜିଟିଭ୍ ଚିହ୍ନଟ ଏକ ପରିବାର ସଦସ୍ୟଙ୍କୁ ନେଇ ଉକ୍ତ ଆମ୍ବୁଲାନ୍ସ କୋଭିଡ୍ ହସ୍ପିଟାଲ ଯାଇଥିଲା। ସେମାନଙ୍କୁ ହସ୍ପିଟାଲରେ ଛାଡ଼ିବା ପରେ ଏହାର ଚାଳକ ଅସୁସ୍ଥ ହୋଇପଡ଼ିଥିଲେ। ଗାଡ଼ି ଚଳାଇବା ପୂର୍ବରୁ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଚେତା ଫେରିବା ପରେ ସଂପୃକ୍ତ କର୍ମଚାରୀ ଆଉ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ସ୍ଥାନରେ ଆଉ କୌଣସି ଗାଡ଼ି ଚାଳକଙ୍କୁ ନିଯୁକ୍ତି ଦିଆଯାଇ ନଥିବାରୁ ଏଠାରେ ଆମ୍ବୁଲାନ୍ସ ସେବା ଠପ୍ ହୋଇଯାଇଛି। ସଂକ୍ରମିତ ରୋଗୀଙ୍କୁ କୋଭିଡ୍ ହସ୍ପିଟାଲକୁ ନେବାଆଣିବା କରିବାରେ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅପରପକ୍ଷରେ ଏସଂପର୍କରେ ଜଣେ ଅଧିକାରୀଙ୍କୁ ପଚାରିବାରେ ସେ ନିଜର ଅସହାୟତା ପ୍ରକାଶ କରିଥିଲେ। ତୁରନ୍ତ କୋଭିଡ୍ ଆମ୍ବୁଲାନ୍ସ ଚାଳକ ଯୋଗାଇ ଦେବା ପାଇଁ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/corona-testing-bkk.jpg)