ଭୁବନେଶ୍ୱର: ନୃତ୍ୟ ସଂଗୀତ ଅନୁଷ୍ଠାନ ‘ନୃତ୍ୟାଞ୍ଜଳି’ର ଦୁଇ ଦିନିଆ ରୌପ୍ୟ ଜୟନ୍ତୀର ଆଦ୍ୟ ପର୍ବ ଭଂଜ କଳାମଣ୍ଡପରେ ଉଦ୍ଘାଟିତ ହୋଇଯାଇଛି। ମାତୃଭୂମି ବନ୍ଦନାରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା। ଗୁରୁ ପୁଷ୍ପରଂଜନ ମଙ୍ଗରାଜ ନୃତ୍ୟ ସଂଯୋଜନାରେ ନୃତ୍ୟାଞ୍ଜଳିର ଶିଳ୍ପୀମାନେ ଏହାକୁ ପରିବେଷଣ କରିଥିଲେ। ପରେ ବାଲଗୋପାଲମ୍ ଅଷ୍ଟକମ୍ ନୃତ୍ୟାଭିନୟ ପରିବେଷିତ ହୋଇଥିଲା। କୃଷ୍ଣଙ୍କ ବାଲ୍ୟଲୀଳାକୁ ଏହି ନୃତ୍ୟରେ ପ୍ରଦର୍ଶିତ କରାଯାଇଥିଲା। ପରେ ସ୍ଥାୟୀ, ପଲ୍ଲବୀ, ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ ଦେଶାତ୍ମବୋଧ ଗୀତରେ ନୃତ୍ୟ ଦେଖିବାକୁ ମିଳିଥିଲା। ଏହି ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର ଏବଂ ମର୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁଙ୍କୁ ନୃତ୍ୟାଞ୍ଜଳି ସମ୍ମାନ ପ୍ରଦାନ କରାଯାଇଥିଲା। ଏନ୍ଏସ୍ଡିର ଚେୟାରମ୍ୟାନ୍ ରତନ ଥିୟାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ପ୍ରଦୀପ ମିଶ୍ର, ନ୍ୟୁଜ୍ ସେଭେନ୍ର ମୁଖ୍ୟ ବାର୍ତା ସମ୍ପାଦକ ଅର୍ଧେନ୍ଦୁ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗୁରୁ ପୁଷ୍ପିତା ମିଶ୍ର, ସୁକାନ୍ତ କୁମାର କୁଣ୍ଡୁ, ନିମାକାନ୍ତ ରାଉତରାୟ ଓ ପୁଷ୍ପରଂଜନ ମଙ୍ଗରାଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ।
ନୃତ୍ୟାଞ୍ଜଳିର ରୌପ୍ୟ ଜୟନ୍ତୀ
/sambad/media/post_attachments/wp-content/uploads/2017/10/asit-Bhanjakala-Mandap-Nrutyanjani-Foundation-story-Satya-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)